March 8, 2026

ମୋହନା ଅଞ୍ଚଳରେ ଜଙ୍ଗଲ ଜମି ପଟ୍ଟା ବାଣ୍ଟିଲେ ତହସିଲଦାର

IMG-20230810-WA0018
Share

ମୋହନା ଅଞ୍ଚଳରେ ଜଙ୍ଗଲ ଜମି ପଟ୍ଟା ବାଣ୍ଟିଲେ ତହସିଲଦାର

ମୋହନା—ମୋହନା ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଥିବା ସୌରା ଉନ୍ନୟନ ସଂସ୍ଥା କାର୍ଯ୍ୟଳୟ ପରିସରରେ ଜମିହୀନ ଆଦିବାସୀ ପରିବାରର ୫ ଶହରୁ ଉର୍ଦ୍ଧ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି ତହସିଲଦାର ହିମାଂଶୁ ଭୂଷଣ ପଲେଇ। ଗ୍ରାମର ବନମାଳୀ ଭୂୟାଁ ବହୁ ବର୍ଷ ହେଲା ଜଙ୍ଗଲ ଜମିକୁ ଦଖଲ କରିଥିଲେ ସେ ଦୀର୍ଘ ଦିନ ହେବ ପଟ୍ଟା ପାଇଁ ଆବେଦନ କରିଥିଲେ ଆଜି ସେ ପଟ୍ଟା ପାଇବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ ଚାଷବାସ କରି ପରିବାର ପ୍ରତି ପୋଷଣ କରୁଥିଲେ। ଆଜିସେହି ଅଞ୍ଚଳର 500 ରୁ ଅଧିକା ଗରିବ ପରିବାର ପଟ୍ଟା ପାଇଥିବାରୁ ସେମାନଙ୍କ ସ୍ୱପ୍ନ ପୂରଣ ହେଇଛି ବୋଲି ଖୁସି ବ୍ୟକ୍ତ କରିଛନ୍ତି। ଏହି ପଟ୍ଟା ବଣ୍ଟନ ସମୟରେ ସୌରା ଉନ୍ନୟନ ସଂସ୍ଥାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।