May 18, 2024

ନବରଙ୍ଗପୁର ଜିଲା ଉମରକୋଟ ସହରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ କରାଯାଇଥିଲା………

Share

 

ଉମରକୋଟ:- ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ପୂଜା କାର୍ଯ୍ୟ ସମ୍ପନ କରି ଡି.ଜେ, ବାଜା, ସଂକୀର୍ତନ କରି ଏକ ବିରାଟ ଶୋଭାଯାତ୍ରା ବାହାରି ଡିଏନକେ ପଡିଆ ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ ପ୍ରାୟ ୩ ହଜାର ରୁ ଊର୍ଦ୍ଧ୍ବ ଅଞ୍ଚଳବାସୀ ସାମିଲ ହୋଇଥିଲେ। ରାସ୍ତା କଡ଼ରେ ଥ‌ିବା ଅଧିକାଂଶ ଘର ଆଗରେ କୁମ୍ଭ, ଧୂପ ଓ ଦୀପ ରଖ୍ ଶୋଭାଯାତ୍ରକୁ ସ୍ବାଗତ କରାଯାଇଥିଲା। ପ୍ରତ୍ୟେକ ଛକରେ ପଣାର ଆୟୋଜନ କରାଯାଇଥିଲା। ଆଜି ଏହି ଭବ୍ୟ ଦିବ୍ୟ ଦିନଟିକୁ ହିନ୍ଦୁ ନବବର୍ଷ ଓ ବିଶ୍ୱ ବ୍ରହ୍ମlଣ୍ଡର ସୃଷ୍ଟିର ଦିବସ ଭାବରେ ପାଳନ କରାଯାଇଥିଲା। ଶୋଭାଯାତ୍ରା ସମାପ୍ତ ପରେ ହିନ୍ଦୁ ନବବର୍ଷ ର ସ୍ବାଗତଂ ସାଂକୃତିକ ନୃତ୍ୟପରେ ମଂଚାସୀନ ମୁଖ୍ୟଅତିଥି ଓ ଅତିଥି ଗଣଙ୍କ ଦ୍ୱାରା ପୂର୍ବରୁ ଅଯୋଧ୍ୟା ଯାଇଥିବା ଅଂଚଳର ୧୯୯୦,୧୯୯୨ ସେବକ ମାନଙ୍କୁ ଓ ଉମରକୋଟ ନିରସ୍ଵାର୍ଥପର ସମାଜସେବୀ, ହିନ୍ଦୁତ୍ୱ ସେବକ ସେବିକା, ଗୋସେବକ ଯେଉଁମାନେ ଅନେକ ସମୟରେ ସନାତନ କାର୍ଯ୍ୟରେ ସହଯୋଗ କରୁଛନ୍ତି ସେଇ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଜୟ ଶ୍ରୀ ରାମ ଧ୍ଵନୀରେ ସହର ପ୍ରକମ୍ପିତ ହୋଇଥିଲା।ଛୋଟ ଛୋଟ ପିଲାମାନେ ରାମ, ଲକ୍ଷ୍ମଣ ଓ ସୀତା ବେଶରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଶୋଭାଯାତ୍ରାରେ ଜଗଦଲପୁର ର ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଭାରୀ ହେମନ୍ତ ପାଣ୍ଡେ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ତପନ ଦେବନାଥ, ଚିତ୍ତରଞ୍ଜନ ପାତ୍ର,ମୁନା ପାଢ଼ୀ, ରାଜନେତା ଜୟଦେବ ପରିଡ଼ା, ଅଶୋକ ପ୍ରଧାନ, ରମେଶ ସାହୁ,ରଜତ ସାନ୍ତା,ସନ୍ତୋଷ ଜେନା,, ଅଶୋକ ପାତ୍ର, କୃପାରାମ ସାହୁ, କୋଟେଶ୍ଵର ପଟ୍ଟନାୟକ, ବାଳକୃଷ୍ଣ ପାତ୍ର,ପ୍ରମୁଖ ଉପସ୍ଥିତ ଥିବା ବେଳେ ବହୁ ସଂଖ୍ୟାରେ ଯୁବ ଗୋଷ୍ଠି ଓ ଦୁର୍ଗା ବାହିନୀର ଅନେକ ଯୁବତୀ ମାନେ ଯୋଗ ଦେଇଥିଲେ। ଡିଏନ୍‌କେ ପଡିଆରେ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)