June 23, 2026

ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧୋଡ୍ରା ସ୍ଥିତ ମା’ ଇଂଲାଜିନୀ ଠାକୁରାଣୀଙ୍କ ପ୍ରସିଦ୍ଧ ମଣ୍ଡେଇ ଯାତ୍ରା ଆରମ୍ବ ହୋଇଯାଇଛି………

sof
Share

 

 

ଉମରକୋଟ:- ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ୨୦୦ରୁ ଉର୍ଦ୍ଧ ଦେବୀ ପୀଠ ଓ ଗାଁଗୁଡ଼ିକର ପୂଜକ, ଚଲାଣ, ଗଣ୍ଡା, ଶିରା, ଗାଉଟିଆ, ମହୁରୀଆ, ଗାଁ ମୁଖିଆ ପ୍ରମୁଖଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା ନିମନ୍ତ୍ରଣ ରକ୍ଷା କରି ଦେବୀଙ୍କ ପ୍ରତୀକ ଲାଠି, ଚୌକି, ବିମାନ, ପାଲିଙ୍କି, ଖଣ୍ଡା, ଟାଙ୍ଗିଆ ଆଦି ମଣ୍ଡେଇ ଯାତ୍ରାରେ ପହଞ୍ଚିଥିଲେ ଏହି ସବୁ ଲାଠିଗୁଡିକ ମା’ ଇଂଲାଜିନୀ ଠାକୁରାଣୀଙ୍କ ପୀଠର ମୁଖ୍ୟ ପୂଜାରୀ ଭଗବାନ ପୂଜାରୀଙ୍କ ଘରେ ଥିବା ପୀଠରେ ଏକତ୍ରିତ ହୋଇଥିଲେ ସେଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭେଟଘାଟ ପୂଜା ଅନୁଷ୍ଠିତ ହୋଇଥିଲା ପରେ ଏକ ବିରାଟ ଶୋଭାଯାତ୍ରାରେ ମା’ ଇଂଲାଜିନୀ ଠାକୁରାଣୀଙ୍କ ପୀଠ ନିକଟକୁ ସମସ୍ତେ ଯାଇଥିଲେ ସେଠାରେ ମା’ ଙ୍କ ଆଜ୍ଞାମାଳ ରୂପେ ଏକ ଫୁଲକୁ ନେଇ ପୁଣି ଶୋଭାଯାତ୍ରା କରି ମୁଖ୍ୟ ପୂଜକ ଭଗବାନ ପୂଜାରୀଙ୍କ ଘରେ ପହଞ୍ଚିଥିଲେ ଏଥିରେ ଗ୍ରାମାଞ୍ଚଳରୁ ଆସିଥିବା ପୂଜକ, ଚଲାଣ, ଗଣ୍ଡା, ଶିରା, ଗାଉଟିଆ, ମହୁରୀଆ ଗାଁ ମୁଖିଆ ଆଖପାଖ ଅଞ୍ଚଳବାସୀ ସାମିଲ ହୋଇଥିଲେ ପୂଜକ ଭଗବାନ ପୂଜାରୀଙ୍କୁ ଦେବୀ ପ୍ରସନ୍ନ ହେବା ପରେ ସେ ସମସ୍ତ ପୀଠରୁ ଆସିଥିବା ଦେବୀଙ୍କ ପ୍ରତୀକ ଓ ସେବକଙ୍କୁ ସମ୍ମାନର ସହ 4ଦିନ ପର୍ଯ୍ୟନ୍ତ ରଖିବାକୁ କହିଥିଲେ ପରେ ବିରାଟ ଶୋଭାଯାତ୍ରା କରି ମା’ ଙ୍କ ପୀଠରେ ପୂଜାର୍ଚ୍ଚନା ହୋଇଥିଲା ଶିରା ଓ ସେବକମାନେ କଣ୍ଟା ଦୋଳିରେ ଝୁଲିବା, ଲୁହା ଶିକୁଳି ପିଠିରେ ବାଡେଇ ହେବା ଓ ଶରୀରରେ ଛୁରୀ ଭୁସିବା ମୁଖ୍ୟ ଆକର୍ଷଣ ଥିଲା ଲୋକଙ୍କ ମନୋରଞ୍ଜନ ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ୨ଟି ମୀନାବଜାର, ସର୍କସ, ଝୁଲା ଓ ବ୍ରେକ ଡ୍ୟାନ୍ସ ରାତ୍ରି ପାଇଁ ସାଂସ୍କୃତିକ ନାଟ ଆଦିର ଆୟୋଜନ କରାଯାଇଥିବା ବେଳେ ୧ହଜାରରୁ ଅଧିକ ଷ୍ଟଲ ଖୋଲାଯାଇଛି ଉମରକୋଟ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଉଥିବା ବେଳେ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ମଣ୍ଡେଇ ପରିଚାଳନା କରୁଛନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed