May 18, 2024
Share

➡️୧-କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ଘଟଗାଁସ୍ଥିତ ମା’ ତାରିଣୀଙ୍କ ୮୯ତମ ପ୍ରସିଦ୍ଧ ଚଇତି ପର୍ବ ଗତକାଲିଠାରୁ ହେଲା ଆରମ୍ଭ l ଏଣିକି ସପ୍ତାହେବ୍ୟାପୀ ସୁନାବେଶରେ ଦର୍ଶନ ଦେବେ ମା’ତାରିଣୀ l

➡️୨-ଅପେକ୍ଷା..ଏପ୍ରିଲ ୧୭, ଦିନ ୧୨ଟାର ଦିବ୍ୟ ମୁହୂର୍ତ୍ତକୁ, ରାମଲାଲାଙ୍କ ହେବ ସୂର୍ଯ୍ୟଅଭିଷେକ । ମୂର୍ତ୍ତିର ମଥାରେ ସିଧାପଡିବ ସୂର୍ଯ୍ୟଙ୍କ କିରଣ l ପ୍ରାୟ ୫ ମିନିଟ ଯାଏଁ ରାମଲାଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଏକ ଗୋଲାକାର ସୂର୍ଯ୍ୟ କିରଣରେ ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ ।

➡️୩-ଅଧିବର୍ଷ କାରଣରୁ ୨୦୨୪ ମସିହା ୩୬୫ ଦିନ ବଦଳରେ ୩୬୬ ଦିନ ହୋଇଛି। ଏହା ଫଳରେ ଚଳିତ ବର୍ଷ ୧୪ ବଦଳରେ ଏପ୍ରିଲ ୧୩ ତାରିଖରେ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ହେବ।

➡️୪-କାଳବୈଶାଖୀରେ ଲାଗିବ ବ୍ରେକ୍ । ଆଜିଠାରୁ ପୁଣି ଉପରମୁହାଁ ହେବ ପାରଦ । ୧୩ ତାରିଖ ବେଳକୁ ପୁଣି ୪୦ ଡିଗ୍ରୀ ଛୁଇଁବ ତାତି ।

➡️୫-କୋଭିଡ ଏବଂ ଭ୍ୟାକ୍ସିନେସନ ପରେ କମ ହୋଇଛି ଇମ୍ୟୁନିଟି, ଏବଂ ବଢିଛି ରୋଗ ସଂକ୍ରମଣର ବିପଦ l ଏ ନେଇ AIIMS ଏକ୍ସପର୍ଟ କଲେ ଦାବି l

➡️୬-ଚଳିତ ବର୍ଷ ସ୍ୱସ୍ୱାଭାବିକ ରହିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଘରୋଇ ପାଣିପାଗ ବିଜ୍ଞାନ ସଂସ୍ଥା ସ୍କାଏମେଟ କଲା ପୂର୍ବାନୁମାନ l

➡️୭-ଆଉ ୭ ଦିନ ପରେ ଆରମ୍ଭ ହେବ ନମିନେସନ। ହେଲେ ଆଜି ବି ଅନେକ ସ୍ଥାନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ପ୍ରଥମ ପର୍ଯ୍ୟାୟ ଲାଗି ୧୮ ତାରିଖରେ ଆସିବ ବିଜ୍ଞପ୍ତି। ୨୫ରେ ସରିବ ପ୍ରାର୍ଥିପତ୍ର ଦାଖଲ।

➡️୮-ଓଡ଼ିଶା ଗସ୍ତରେ ଜାତିସଂଘର ରେସିଡେଣ୍ଟ ସଂଯୋଜକ ଶୋମ୍ବି ଶାର୍ପ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁବିପର୍ଯ୍ୟୟ ପରିଚାଳନା,ଖାଦ୍ୟ ନିରାପତ୍ତାକୁ ନେଇ ପ୍ରଶଂସା l

➡️୯-ଇଦ ଅପେକ୍ଷାରେ ଥିବା ଲୋକଙ୍କୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ। କାରଣ ଗତକାଲି ହେବାକୁ ଥିବା ‘ଶୱାଲ କା ଚାନ୍ଦ’ ହୋଇ ନାହିଁ। ଆଜି ରମଜାନ ପାଳନ କରୁଥିବା ଇସ୍ଲାମ ଭାଇଭଉଣୀଙ୍କୁ ୩୦ତମ ରୋଜା ରଖିବାକୁ ପଡିବ ଓ ଆସନ୍ତାକଲି ଇଦ୍ ହେବ।

➡️୧୦-ଏଣିକି ଓଲା ଏବଂ ଉବରରୁ ଟ୍ୟାକ୍ସି ସେବା ଦେଉଥିବା ଅଟୋ ରିକ୍ସା ଚାଳକଙ୍କୁ ଏଣିକି ପ୍ରତି ରାଇଡରେ ସମ୍ପୂର୍ଣ୍ଣ ପଇସା ମିଳିବ । ଏଥିପାଇଁ ଉଭୟ କ୍ୟାବ୍ ସର୍ଭିସ୍ ଦେଉଥିବା କମ୍ପାନୀ ସବସ୍କ୍ରିପ୍ସନ ପ୍ଲାନ୍ ନେଇଆସିଛି l

➡️୧୧-ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୨ ଜଣ ନିଜ ବିରୋଧରେ ଫୌଜଦାରୀ ମାମଲା ଘୋଷଣା କରିଛନ୍ତି ଏବଂ ୧୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନେଇ ଏଡିଆର୍ ଦେଲେ ରିପୋର୍ଟ l

➡️୧୨-ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଆଶଙ୍କା ନେଇ ଅତିରିକ୍ତ ୧୦୦ କମ୍ପାନି ସିଏପିଏଫ୍‌ ମୁତୟନ ପାଇଁ ଇସି ଦେଲେ ନିର୍ଦ୍ଦେଶ l

➡️୧୩-ବିମାନ ଉଡ଼ାଣ ପୂର୍ବରୁ ବ୍ରେଥ୍‌ ଆନାଲାଇଜର ପରୀକ୍ଷାରେ ଫେଲ୍‌ ହେବା ପରେ ଏୟାର ଇଣ୍ଡିଆ ଜଣେ ମହିଳା ପାଇଲଟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ୩ ମାସ ପାଇଁ କଲା ନିଲମ୍ବିତ l

➡️୧୪-ବାରଣାସୀରୁ ଲୋକସଭା ନିର୍ବାଚନ ଲଢିବେ କିନ୍ନର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସଖୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବେ ଟକ୍କର l

➡️୧୫-ବିଶ୍ୱ ଶକ୍ତି ରୂପେ ଦୁନିଆରେ ନିଜ ପରିଚୟ ତିଆରି କରୁଥିବା ଭାରତ ସମୁଦ୍ରରେ ନିଜ ଉପସ୍ଥିତି ବଢାଇ ମିଆଁମାରର ସିଟୱି ବନ୍ଦର ଉପରେ ଭାରତ ନିଜର ଉପସ୍ଥିତି କଲା ପକ୍କା l

➡️୧୬-ବନ୍ୟା ପାଣିରେ ଉବୁଟୁବୁ ଋଷ୍‌ର ଓରସ୍କ ସହର l ଦକ୍ଷିଣ ଉରାଲର ସହର ନିକଟରେ ଏକ ଡ୍ୟାମ୍‌ ଭାଙ୍ଗିଯିବାରୁ ଏଭଳି ସ୍ଥିତି ଉପୁଜିଛି।

➡️୧୭-ପାଲେଷ୍ଟାଇନକୁ ମିଳିପାରେ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ପଦ l ସଦସ୍ୟ ହେବା ପାଇଁ ଆଡମିଶନ ସଂକ୍ରାନ୍ତ କମିଟିକୁ ପଠେଇଲା ଆବେଦନ l

➡️୧୮-ଆଇପିଏଲ୍‌ର ୨୩ତମ ରୋମାଞ୍ଚକ ମୁକାବିଲାରେ ଗତକାଲି ଶେଷ ପର୍ଯ୍ୟନ୍ତ ଲଢି ହାରିଲା ପଞ୍ଜାବ, ୨ ରନରେ ମ୍ୟାଚ୍ ଜିତିଲା ହାଇଦ୍ରାବାଦ l

➡️୧୯-ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଟି-୨୦ ବିଶ୍ୱକପରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିବା ନେଇ ସମ୍ଭାବନା ବଢିଯାଇଛି। ଜୁନ୍ ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ପନ୍ତ ଭାରତ ପାଇଁ ଖେଳିପାରିବେ କି ନାହିଁ, ସେ ନେଇ ଖୁବଶୀଘ୍ର ଦଳ ଘୋଷଣା କରିବ ଭାରତୀୟ କ୍ରିକେଟ ବୋର୍ଡ ।

➡️୨୦-ଟି-୨୦ ବିଶ୍ଵକପ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିବନି ଜାଗା ? ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଦେଲେ ବଡ଼ ବୟାନ l