ଗୁଣୁପୁର ପ୍ରେସ ୟୁନିଅନ ୟୁନିଅନ ର ଉପସଭାପତି ତଥା ସାମ୍ବାଦିକ ସ୍ୱର୍ଗତ ରବୀନ୍ଦ୍ର ମୋହିନୀ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ଏବଂ ଶୋକସଭା
ଗୁଣୁପୁର ପ୍ରେସ ୟୁନିଅନ ୟୁନିଅନ ର ଉପସଭାପତି ତଥା ସାମ୍ବାଦିକ ସ୍ୱର୍ଗତ ରବୀନ୍ଦ୍ର ମୋହିନୀ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ଏବଂ ଶୋକସଭା
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ଗୁଣୁପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ସାମ୍ବାଦିକ ତଥା ପ୍ରେସ ୟୁନିଅନ ଉପସଭାପତି ସ୍ୱର୍ଗତ ରବୀନ୍ଦ୍ର ମୋହିନୀଙ୍କ ଅକାଳ ବିୟୋଗ ରେ ଏକ ଶ୍ରଦ୍ଧାଞ୍ଜଳି ଏବଂ ଶୋକସଭା ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ କୁମାର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା | ଏହି ଶ୍ରଦ୍ଧାଞ୍ଜଳି ସଭା ରେ ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା, ଦୟାନିଧି ଖାଡ଼ଙ୍ଗା,ମନୋଜ ସାହୁ, ରାଜେଶ ପଣ୍ଡା,ସୂଚନା ବିଭାଗର ଅନନ୍ତ ପାତ୍ର,ସାମ୍ବାଦିକ ସନ୍ତୋଷ ଗୁରୁ, ଶକ୍ତି ଦାସ, ରାମ ନାୟକ,ଅନିଲ ସାହୁକାର,ଜିତେନ୍ଦ୍ର ଶତପଥୀ, ରାମ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ବ୍ରଜ ସୁନ୍ଦର ପାଢ଼ୀ, ସତ୍ୟ ସୁନ୍ଦର କର, ଜଗନ୍ନାଥ ମହାନ୍ତି, ସୁନୀଲ ସାବତ, ଦୀପକ ପଣ୍ଡା, କାଳିଆ ରଥ, ସନ୍ତୋଷ ଶ୍ରୀନିଧି, ସତ୍ୟ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ | ଶ୍ରଦ୍ଧାଞ୍ଜଳି ସଭା ରେ ସ୍ୱର୍ଗତ ରବୀନ୍ଦ୍ର ମୋହିନୀ ପ୍ରତି ଟି କଥା ର ସ୍ମୃତି ଚାରଣ କରାଇଥିଲେ ଉପସ୍ଥିତ ସଦସ୍ୟ |
ଶ୍ରଦ୍ଧାଞ୍ଜଳି ତଥା ଶୋକସଭା ରେ ସ୍ୱର୍ଗତ ରବୀନ୍ଦ୍ର ମୋହିନି ଙ୍କ ପରିବାର କୁ କଣ ସହାୟତା ପ୍ରେସ ୟୁନିଅନ ତରଫରୁ ଯୋଗାଇ ଦିଆଯିବ ଏବଂ ତାଙ୍କର ଏକ ମାତ୍ର 9 ବର୍ଷର ଝିଅ କୁ ଶିକ୍ଷା କ୍ଷେତ୍ରରେ କିଭଳି ସହାୟତା ଦିଆଯିବ ଏବଂ ଆବଶ୍ୟକ କ୍ଷେତ୍ରରେ ଝିଅ ପଢୁ ଥିବା ସ୍କୁଲ ର ଅଧିକାରୀ ତଥା ଗାନ୍ଧୀ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ର ଅଧ୍ୟକ୍ଷ୍ୟ ଙ୍କ ସହ ଯୋଗାଯୋଗ କରି ଅତିକମ ରେ ପ୍ଲସଟୁ ଯାଏଁ ମାଗଣାରେ ପଢାଇବାକୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇ ଥିଲା ଏବଂ ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ଆସନ୍ତା କାଲି ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟର ଅଧକ୍ଷ୍ୟ ଙ୍କ ସହ ଏ ବାବଦରେ ଆଲୋଚନା କରିବେ ବୋଲି ପ୍ରେସ ୟୁନିଅନ ର କାର୍ଯ୍ୟକାରୀ କମିଟିର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା ଜଣାଇ ଛନ୍ତି |