April 29, 2026

ସମୀକ୍ଷା ଓ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

IMG-20230809-WA0006
Share

ସମୀକ୍ଷା ଓ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ପାତ୍ରପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ସ୍ତରୀୟ ସାମାଜିକ ସାମାଜିକସମୀକ୍ଷା ଓ ମନରେଗା ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୁମନ ସୁଦ୍ଧା କୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଡେପୁଟି କଲେକ୍ଟେର ଶୁଭଶ୍ରୀ ରଥ, ବ୍ଲକ୍ ଅଧ୍ୟକ୍ଷା ୱାଇ. ସଂଯୁକ୍ତା, ଏଇଇ ଅର୍ପଣ କୁମାର ପ୍ରହରାଜ, ଡିଏସ୍‌ଏ ରବିନ୍ଦ୍ରନାଥ ମଲାଣ, ଟିଡିଏ ସ୍ୱତନ୍ତ୍ର ଅଧିକାରୀ ଚେତନା ସେଠୀ, ଜିପିଓ କାଶୀନାଥ ତିଆଡି ପ୍ରମୁଖ ଉପସ୍ଥିତ ଏହି ଜନଶୁଣାଣୀ ଶିବିରରେ ଅଭିଯୋଗ ଶୁଣିଥିଲେ । ଗତ ଆର୍ଥିକ ବର୍ଷରେ ୨୫,୧୨୪ ଜବ୍ କାର୍ଡ ଧାରୀ କର୍ମନିଯୁକ୍ତି ମନୋନିତ ହୋଇଥିବା ବେଳେ ୨୧୫୦୮ ଜଣ ଜବ୍ କାର୍ଡଧାରୀ କାର୍ଯ୍ୟକରିଥିଲେ । ମୋଟ ୧୫୪୪୦୦୬ ଦିନ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିଲା । ସେଥି ମଧ୍ୟରୁ ୭୫୦୮ ଜଣ ଶ୍ରମିକ ୧୦୦ କାର୍ଯ୍ୟରେ ଯୋଗଦେଇଥିଲେ । ମୋଟ ୧୮୫୮ ପ୍ରକଳ୍ପ ହାତକୁ ନିଆଯାଇଥିଲା । ୧୦୧୫ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି । ମୋଟ ୩୦୩୯.୩୪ଲକ୍ଷ ଟଙ୍କ ଖର୍ଚ୍ଚ ହୋଇଥିବା ବେଳେ ସେଥି ମଧ୍ୟରୁ ଶ୍ରମିକ ଅଂଶ ବାବଦକୁ ୨୬୭୮.୧୮ଲକ୍ଷ ଓ ସାମଗ୍ରୀ ଅଂଶ ବାବଦକୁ ୩୦୭.୨୮ଲକ୍ଷ ଖର୍ଚ୍ଚ ହୋଇଥିବା ସୂଚନା ଦିଆଯାଇଥିଲା । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ୟାମସୁନ୍ଦର ସାହୁ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିବା ବେଳେ ଏପିଓ ପ୍ରଣତି ପୁରୋହିତ ଉକ୍ତ ଶିବିରକୁ ସଂଯୋଜନା କରିଥିଲେ । ଏହି ଜନଶୁଣାଣି ଶିବିରରେ ବହୁ ପିଆରଆଇ ମେମ୍ବର ଓ ଲାଇନ୍ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
( ଚିକିଟି ରୁ ସନ୍ତୋଷ ପ୍ରଧାନ)

You may have missed