April 27, 2026

ଜଳ ଜୀବନ ମିଶନ ବସୁଧା ରଥ ଶୁଭାରମ୍ଭ

IMG-20230809-WA0002
Share

ଜଳ ଜୀବନ ମିଶନ ବସୁଧା ରଥ ଶୁଭାରମ୍ଭ

  1. କୁକୁଡ଼ାଖଣ୍ତି,୮/୮(ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ) ଜଳ ଜୀବନ ମିଶନ ଓ ଗ୍ରାମୀଣ ଜଳ ଯୋଗାଣ ପରିମଳ ବିଭାଗର ବସୁଧା ଯୋଜନାରେ ଏକ ସଚେତନତା ରଥକୁ କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟଳୟ ପରିସରରେ ମଙ୍ଗଳବାର ଦିନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ପଲ୍ଲବୀ ସ୍ଵାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଳ ଜୀବନ ମିଶନ ବସୁଧା ରଥକୁ ଶୁଭାରମ୍ଭ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
    ଜଳର ଉପଯୁକ୍ତ ବ୍ୟବହାର,ସରଙ୍ଖଣ, ସ୍ଥାୟିତ୍ଵ ନେଇ ଜନ ସଚେତନତା କରିବା ହେଉଛି ଜଳ ଜୀବନ ମିଶନ ବସୁଧା ରଥର ମୁଖ୍ୟ ଉଦ୍ଧେଶ୍ୟ । ଏଥିରେ ଗ୍ରାମୀଣ ଜଳ ଯୋଗାଣଯୋଜନା, ଜଳ ଜୀବନ ମିଶନର ଉଦ୍ଧେଶ୍ୟ ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ଓ ଦାୟିତ୍ଵ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ଏଇଇ ଅନୁରାଗ ରଥ, ପରିମଳ ବିଭାଗ ଅଧିକାରୀ ସଚିନନ୍ଦନ ବିଶୋଇ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, ସାମାଜିକ ମଙ୍ଗଳ ଅଧିକାରୀ ଅମୃତ ପଣ୍ଡା, ବିଆରସି ଦଣ୍ଡପାଣି ସାହୁ , ଗ୍ରାମ ବିକାଶ ଗଞ୍ଜାମ ଜିଲ୍ଲା ପରିଚାଳକ ଶରତ ଚନ୍ଦ୍ର ମହାନ୍ତି , ଡିଭିଜୋନାଲ କୋର୍ଡିନେଟର ସରୋଜ ପରିଚ୍ଛା, ସୁକଦେବ ସ୍ଵାଇଁ, କାଳୀଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ବସୁଧା ରଥ ଗଡିଯାଇଥିଲା କୁକୁଡାଖଣ୍ଡି ବ୍ଲକର ବଉଳଝୋଲି ଗ୍ରାମ ପାଞ୍ଚାୟତ ନିକଟକୁ । ସେଠାକର ସରପଞ୍ଚ ଚିତରଞ୍ଜନ ବିଶୋୟୀଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କୁ ଟେଲିଭିଯନ ଦ୍ଵାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।