April 26, 2026

ରୋଡ ରୋମିଓ ଧର ପଗଡ, ୧୨ ଅଟକ,୭ ବାଇକ୍ ଜବତ୍

IMG-20230809-WA0009
Share

ରୋଡ ରୋମିଓ ଧର ପଗଡ, ୧୨ ଅଟକ,୭ ବାଇକ୍ ଜବତ୍pp
ବୁଗୁଡା : ତା ୦୮/୦୮/୨୩ : ବୁଗୁଡ଼ା ସହରର ବିଭିନ୍ନ ଛକ ଏବଂ ଆଖପାଖ ଗାଁ ରାସ୍ତାରେ ରୋମିଓଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଉଥିବା ବିଶେଷ କରି ରୋଡ ରୋମିଓଙ୍କ ଟାର୍ଗେଟରେ ନାବାଳିକା ଟ୍ଯୁସନ ଛାତ୍ରୀ ରହିଥିବା ବେଳେ ଏ ନେଇ ଅଭିଭାବକଙ୍କୁ ଚିନ୍ତା ଘାରିଥିବା ନେଇ ଖବର ପ୍ରକାଶ ପରେ ଆକ୍ସନ ମୁଡ଼ରେ ଆସିଲା ପୋଲିସ l ବୁଗୁଡା ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶରେ ଏସଆଇ ସମୀର କୁମାର ସେଠୀଙ୍କ ନେତୃତ୍ଵରେ ପୋଲିସ ଟିମ୍ ସହରର ବିଭିନ୍ନ ଗଳି କନ୍ଦି ଓ ନୁଆଁ ବସଷ୍ଟାଣ୍ଡ ରେ ଚଡାଉ କରି ରୋଡ ରୋମିଓମାନଙ୍କୁ ଛେଚିବା ସହ
୧୨ ଜଣ ଯୁବକଙ୍କୁ ଧରି ସେମାନଙ୍କଠାରୁ ୭ଟି ବାଇକ୍ ଜବତ୍ କରିଛି। ପରେ ରୋମିଓମାନଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚୁରା କରିବା ପରେ ସେମାନଙ୍କ ଅଭିଭାବକମାନଙ୍କୁ ଡାକି ଅଣ୍ଡର ଟେକିଂ ଲେଖା ଯାଇ ସେମାନଙ୍କୁ ତାଗିଦ୍ କରାଯାଇ ଛଡାଯାଇଥିବା ଜଣାପଡିଛି। ପୋଲିସ ପ୍ରଶାସନ ପକ୍ଷରୁ ଏଭଳି ଧର ପଗଡ ଦ୍ବାରା ରୋଡ ରୋମିଓଙ୍କ ମଧ୍ୟରେ ଛନକା ପଶିଥିବା ଜଣାପଡିଛି। ପୋଲିସ୍ର ଏପରି ଧର ପଗଡକୁ ସାଧାରଣରେ ପ୍ରଶଂସା କରାଯାଇଛି।