June 21, 2026

ଖାଳମୁହାଣୀରେ ମହାପ୍ରଭୁଙ୍କ ସୁନାବେଶ..

IMG-20250709-WA0102
Share

 

 

ପଞ୍ଚୁପାଲି ( ଦେବାଶିଷ ଦାଶ ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଦେଭୋଗ ପଞ୍ଚାୟତ ଅଧିନସ୍ଥ ଖାଳମୁହାଣୀ ଗ୍ରାମରେ ଶ୍ରୀ ଜଗନ୍ନାଥ କ୍ଳବ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କର ସୁନାବେଶ ତା୨୮/୬/୨୦୨୫ ରିଖ ଶନିବାର ଠାରୁ ତା ୭/୭/୨୦୨୫ରିଖ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ମହାପ୍ରଭୁଙ୍କ ସୁନାବେଶ ଉତ୍ସବରେ ବସ୍ତା ବିଧାୟିକା ସୁବାସିନୀ ଜେନା

ଯୋଗଦେଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦୁର୍ଲ୍ଲଭ ମନଲୋଭା ବେଶର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ଏହି ଅବସରରେ ରଥ ଯାତ୍ରା,ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତୀ ଓ ମନୋରଞ୍ଜନ କାର୍ଯ୍ୟକ୍ରମ, ଡ୍ୟାନ୍ସ ପ୍ରତିଯୋଗିତା, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ,ପ୍ରସାଦ ସେବନ ଏବଂ ବାହୁଡା଼ ଯାତ୍ରା ଅନୁଷ୍ଠିତ

ହୋଇଥିଲା l

ଖାଳମୁହାଣୀ ଗ୍ରାମର ଶ୍ରୀ ଜଗନ୍ନାଥ କ୍ଲବ ର ମୁଖ୍ୟ ଶକ୍ତିପଦ ରଣାଙ୍କ ସମେତ ସାହିଲ ମାଣିକ, ଅବିନାଶ ପ୍ରଧାନ, ଦେବେନ୍ଦ୍ର ନନ୍ଦୀ, ସରୋଜ ମାସନ୍ତ, ରଘୁନାଥ ମାସନ୍ତ, ଚୈତନ୍ୟ ମାସନ୍ତ,ଚନ୍ଦନ ନନ୍ଦୀ, ନବୀନ ଗିରି, କାର୍ତ୍ତିକ ମାସନ୍ତ, ଶମ୍ବୁନାଥ ସାହୁ, ସୂର୍ଯ୍ୟ କାନ୍ତ ଗିରି, ଚନ୍ଦ୍ରକାନ୍ତ ମାଣିକ, ଜଗନ୍ନାଥ ରଣା ପ୍ରମୁଖ ସମସ୍ତ ସଦସ୍ୟ ଏହାକୁ ପରିଚାଳନାରେ ସହଯୋଗ କରିଥିଲେ l