ଜୁଲାଇ ୯ ତାରିଖ ସାଧାରଣ ଧର୍ମଘଟ ନୀଳଗିରି ରେ ସଫଳ ହୋଇଛି..
*ଜୁଲାଇ ୯ ତାରିଖ ସାଧାରଣ ଧର୍ମଘଟ ନୀଳଗିରି ରେ ସଫଳ ହୋଇଛି*।
*ରାଜ୍ୟରେ ଉକ୍ତ ଧର୍ମଘଟ ରେ ମିଳିତ ଭାବେ ସିପିଆଇ (ଏମ) ସିପିଆଇ, ବିଜେଡି, ଓ କଂଗେସ ଦଳ ସବୁ ସ୍ତରର କର୍ମଚାରୀଙ୍କ ନ୍ୟାଯ୍ୟ ଦାବୀ ପାଇଁ ଧର୍ମ ଘଟରେ ସାମିଲ* ।
ନୀଳଗିରି,( ଦେବାଶିଷ ଦାଶ )
ସର୍ବଭାରତୀୟ ସ୍ତରରେ
ଆଜି ଶ୍ରମିକ ମାନଙ୍କ ହକ
ପାଇଁ ସଧାରଣ ଧର୍ମଘଟ ଚାଲିଛି। ଯାହାକୁ , ଓଡିଶା
ରାଜ୍ୟରେ, ଉକ୍ତ ଧର୍ମଘଟ ରେ ମିଳିତ ଭାବେ ସିପିଆଇ (ଏମ) , ସିପିଆଇ, ବିଜେଡି, ଓ କଂଗେସ ଦଳ ସବୁ ସ୍ତରର କର୍ମଚାରୀଙ୍କ ନ୍ୟାଯ୍ୟ ଦାବୀ ପାଇଁ ଧର୍ମ ଘଟରେ ସାମିଲ ସାମିଲ ହୋଇ ଧର୍ମଘଟ ଚାଲୁରଖି ଥିବା ଦେଖାଯାଇଛି ।ତେବେ
ନୀଳଗିରି ରେ ମଧ୍ୟ ତାର
ଶତ ପ୍ରତିଶତ ଫଳାଫଳ
ଦେଖା ଯାଇଛି।ଆଜି ସକାଳ ୬ ଘଟିକା ଠାରୁ
ନୀଳଗିରି ବାଇପାସ୍ ଛକ ଠାରେ ଧର୍ମଘଟକାରୀ ମାନେ ବହୁ ସଂଖ୍ୟା ରେ ରାସ୍ତା ଅବରୋଧ କରିବା ସହିତ ଚକ ଅଖ ସବୁ ବନ୍ଦ କରିଦେଇଥିବା ଦେଖାଯାଇଛି।ରାସ୍ତା ଘାଟ ଖାଁ ଖାଁ ଲାଗୁଛି। ବିଭିନ୍ନ ଦଳ ପକ୍ଷରୁ ଶ୍ରମିକ ମାନଙ୍କୁ ସମର୍ଥନ ମିଳିଛି।ସମସ୍ତ ସରକାରୀ କାର୍ଯ୍ୟାଳୟ,ଦୋକାନ ବଜାର ବନ୍ଦ ରହିଛି। ସିପିଆଇ (ଏମ) , ସିପିଆଇ,ବିଜେଡି ଓ କଂଗ୍ରେସ ର ନେତା ,କର୍ମୀ, ଶ୍ରମିକ ନେତା ଓ ଶ୍ରମିକ ମାନେ ପିକେଟିଂ କରି ଖୋଲା ଥିବା କିଛି କାର୍ଯ୍ୟାଳୟ କୁ ବନ୍ଦ କରୁଥିବା ପରିଲକ୍ଷିତ ହେଉଛି।ଅନ୍ୟ ପକ୍ଷରେ,ଏଥିରେ ସାମିଲ ହୋଇଥିବା ବିଜେଡି ର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ କଣ ମତ ରଖିଛନ୍ତି ଆସନ୍ତୁ ଶୁଣିବା…
ଏହି ସାଧାରଣ ଧର୍ମଘଟ ଖଟିଖିଆ ଶ୍ରମିକ, କୃଷକ ଓ ମେହେନତି ମଣିଷ ଙ୍କପାଇଁ।କେନ୍ଦ୍ର ସରକାରଙ୍କ
ଶ୍ରମିକ ମାରଣ ନୀତି, ବିଭିନ୍ନ ସରକାରୀ ସଂସ୍ଥା କୁ ପ୍ରାଇଭେଟ ସଂସ୍ଥା କୁ ବିକ୍ରୀ କରି ଦେବା ପ୍ରତିବାଦ ରେ ଏ ସାଧାରଣ ଧର୍ମଘଟ ର ପ୍ରତିଫଳନ.
