ପୁରାତନ ଛାତ୍ର ସଂସଦ ସନ୍ତରାଗଡିଆ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ..

IMG-20250709-WA0101
Share

 

ନୀଳଗିରି‌ ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ସନ୍ତରାଗଡିଆ ନୋଡାଲ ହାଇସ୍କୁଲ ସଭାଗୃହ ରେ ଦିବା ୧୦ ଘଟିକା ସମୟରେ ପୁରାତନ ଛାତ୍ର ସଂସଦ ସନ୍ତରାଗଡିଆ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି, ଦିବଙ୍ଗତ ପୁରାତନ ଛାତ୍ର ସାଥି ହାଡିବନ୍ଧୁ ଦଳାଇ, ରାଜେନ୍ଦ୍ର ମିଶ୍ର, କମଳାକାନ୍ତ ଜେନା, ରାଜୀବ ପାଣିଗ୍ରାହୀ ଙ୍କ ଦେହାନ୍ତ କିଛି ଦିନ ଭିତରେ ହୋଇଥିବା ବେଳେ, ସ୍ବର୍ଗତ ସାଥି ମାନଙ୍କ ଅମର ଆତ୍ମା ର ସଦ୍ଗତି କାମନା କରି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ପୁରାତନ ଛାତ୍ର ସଂସଦ ର ସଭାପତି ଅମରେନ୍ଦ୍ର ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରାରମ୍ଭ ରେ ଦିବଂଗତ ସାଥି ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଡକ୍ଟର ଅକ୍ଷୟ କୁମାର ପାଣିଗ୍ରାହୀ, ଉପ ସଭାପତି ହିମାଂଶୁ ଶେଖର ସେନାପତି, କୋଷାଧକ୍ଷ ରାମକୃଷ୍ଣ ସ ମଞ୍ଚାସିନ ରହି ଦିବଂଗତ ସାଥି ମାନଙ୍କ ଯିବନି ସମ୍ପର୍କରେ ଆଲୋଚନା କରିଥିବା ବେଳେ ପୁରାତନ ଛାତ୍ର ବ୍ରଜକିଶୋର ଜେନା, ଜଗବନ୍ଧୁ ସ, ରତ୍ନାକର ବେହେରା, ଦେବେନ୍ଦ୍ର ପାଣିଗ୍ରାହୀ, ରବୀନ୍ଦ୍ର ରଣା, ଗଙ୍ଗାଧର ବେହେରା, ଅମୀୟ ପାଣିଗ୍ରାହୀ, କରୁଣାକର ରାଉଳ, ଅଲେଖ ଜେନା, କପିଳ ସାମଲ, ନିତ୍ୟାନନ୍ଦ ରାଉତ, ଉଦୟ କୁମାର ମହାନ୍ତି,ମନରଞ୍ଜନ ରାଉତ, ଭାଗିରଥି ସାହୁ, ସତ୍ୟନାରାୟଣ ପଣ୍ଡା, ହେମନ୍ତ କୁମାର ସାମଲ, ମାଧବ ଚନ୍ଦ୍ର ସ, ପ୍ରମୁଖ ପୁରାତନ ଛାତ୍ର ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ରହି ସାଥି ମାନଙ୍କ ବିୟୋଗ ରେ ଛାତ୍ର ସଂସଦ କୁ ଅପୂରଣୀୟ କ୍ଷତି ହୋଇଥିବା ଦୁଃଖ ପ୍ରକାଶ କରିଥିଲେ,