September 1, 2026

ଗଜପତି:- ପୂର୍ଣ୍ଣଚନ୍ଦ୍ର ମହାପାତ୍ର’ଙ୍କ “ପାରଳା ଲଲାମ” ପୁସ୍ତକ’ର ପରିଚ୍ଛେଦ ଅଷ୍ଟମ ଶ୍ରେଣୀ ଇତିହାସ ବହିରେ ଲିପିବଦ୍ଧ

IMG-20260509-WA0061
Share

 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର’ର ବିଶିଷ୍ଟ ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର’ଙ୍କ ଲିଖିତ ” ପାରଳା ଲଲାମ ଭାରତ’ର ପ୍ରଥମ ସ୍ୱାଧିନତା ସଂଗ୍ରାମ ” ପୁସ୍ତକ ଓଡ଼ିଶା ସରକାର’ଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଜଣାଯାଇଛି । ଏଥିରେ କିଛି ଲୋମହର୍ଷଣ କାହାଣୀ ରହିଥିବା ଜଣାଯାଏ , ଯେଉଁଠି ବ୍ରିଟିଶ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ଦକ୍ଷିଣ ଓଡିଶା’ର ପ୍ରମୁଖ ଜିଲ୍ଲା ସହ ବର୍ତ୍ତମାନ’ର ଗଜପତି ଜିଲ୍ଲାର ସଉରା , ଦୋରା ଓ ବିଶୋଇ ପ୍ରଭ୍ରୁତି ସମ୍ପ୍ରଦାୟର ଲୋକମାନେ ବ୍ରିଟିଶ ସରକାର ବିରୁଦ୍ଧରେ ଯୁଦ୍ଧ କରିଥିଲେ। ତନ୍ମଧ୍ଯରୁ ଗଜପତି ଜିଲ୍ଲାର ହନୁ ପ୍ରଧାନଙ୍କ ନାମ ଲିପିବଦ୍ଧ ହୋଇଛି । ତାହାର ସମ୍ପୂର୍ଣ୍ଣ ବିବରଣୀ ବିଭିନ୍ନ ଅକାଟ୍ଯ ପ୍ରମାଣ ସହ ସେ ଉକ୍ତ ବହିରେ ଲିପିବଦ୍ଧ କରିଛନ୍ତି ।

ଗବେଷକ ତାଙ୍କ ନିଜ ବଳିଷ୍ଠ ପ୍ରମାଣରେ ଦର୍ଶାଇଛନ୍ତି ଯେ , ପ୍ରଥମ ସ୍ଵାଧୀନତା ସଂଗ୍ରାମ ୧୭୫୭ ପୂର୍ବରୁ ଏହି ଐତିହାସିକ ମାଟିରେ ହୋଇଥିଲା। ସ୍ୱଭାଗ୍ୟର ବିଷୟ ଯେ , ଏହି ବହିର କିଛି ଅଂଶ ଓଡିଶା ସରକାର ଅଷ୍ଟମ ଶ୍ରେଣୀର ଇତିହାସ ପୁସ୍ତକରେ ଲିପିବଦ୍ଧ କରିଛନ୍ତି। ତେଣୁ ଏହା କେବଳ ଗଜପତି ଜିଲ୍ଲା ନୁହେଁ ସମଗ୍ର ଓଡିଶା ପାଇଁ ଗର୍ବ ଓ ଗୌରବ’ର ବିଷୟ। ତେଣୁ ପାରଳାଖେମୁଣ୍ଡିର ବିଶିଷ୍ଟ ଶିକ୍ଷାବିତ୍ ରାଷ୍ଟ୍ରପତି ପୁରସ୍କାର-ପ୍ରାପ୍ତ ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା କହିଛନ୍ତି, “ପୂର୍ଣ୍ଣଚନ୍ଦ୍ର ମହାପାତ୍ର’ଙ୍କ ଏହି ବିରଳ ଲେଖା ରାଜ୍ଯ ସରକାର ସ୍ୱୀକୃତି ଦେଇଥିବା ଯୋଗୁଁ ଆମେ କୃତଜ୍ଞ।” ରାଜ୍ୟପାଳ ପୁରସ୍କାର-ପ୍ରାପ୍ତ ଶିକ୍ଷକ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା କହିଛନ୍ତି ଯେ , “ମହାପାତ୍ର ସାର୍ ଅଦ୍ୟାବଧି ନିଜ ଲେଖନୀ ଜାରୀ ରଖିଛନ୍ତି , ଯାହା ଏହି ମାଟିର ଐତିହ ଓ ସଂସ୍କୃତି ପାଇଁ ଶ୍ରେଷ୍ଠ ସମ୍ମାନ ଅଟେ”। ସେହିପରି ଆଉଜଣେ ରାଜ୍ୟ ପୁରସ୍କାର-ପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢୀ ନିଜର ମନ୍ତବ୍ୟରେ କହିଛନ୍ତି,” ଯେ , କେତୋଟି ଲୁକ୍କାୟିତ ଘଟଣାବଳୀକୁ ଲୋକଲୋଚନରେ ଆଣିବା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର’ଙ୍କ ଶ୍ରେଷ୍ଠ ଅବଦାନ”। ଅନ୍ତତଃ ଏହାକୁ ବିଳମ୍ୱରେ ହେଲେ ମଧ୍ୟ ଲୋକାଭିମୁଖୀ କରିଥିବା ଯୋଗୁଁ ଏବଂ ଗବେଷକ ମହାପାତ୍ର’ଙ୍କ ଅବଦାନକୁ ମୂଲ୍ଯ ଦେଇଥିବାରୁ ପାରଳାବାସୀ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

,,,——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–

You may have missed