ରାୟଗଡ଼ ଜିଲ୍ଲାରେ ୨୫,୨୭୮ ମାମଲାର ସେଟେଲମେଣ୍ଟ

IMG-20260509-WA0055
Share

 

 

ରାୟଗଡ: ୦୯/୦୫/୨୬: ରାୟଗଡରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୨୫,୨୭୮ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୨୪,୮୩,୫୯୪ ଟଙ୍କା ଆଦାୟ ହୋଇଅଛି।

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ରେ ଦୀର୍ଘ ଦିନ ଧରି ପଡିରହିଥିବା ୩୫ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୧୮,୪୩,୬୪୧/-(ଅଠର ଲକ୍ଷ ତେୟାଳିସ ହଜାର ଛଅ ସହ ଏକଚାଳିସ୍ ଟଙ୍କା) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ସେହିପରି ରାଜସ୍ୱ ସମ୍ବନ୍ଧିତ ୨୫,୦୭୯ ଟି ମାମଲା ଫଇସଲା ହୋଇଅଛି ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୧୬୪ ଟି ମାମଲାର ଫଇସଲା ହୋଇ ସମୁଦାୟ ଟ.୬,୩୯,୯୫୩/-(ଛଅ ଲକ୍ଷ ଅଣଚାଲିସ ହଜାର ନଅସହ ତେପନ) ଟଙ୍କା ର ସେଟେଲମେଣ୍ଟ କରାଯାଇଅଛି l ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ଦାମୋଦର ରଥ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିଲେ I ଏଥିରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ପୋକ୍ସ) ଶ୍ରୀ ସଞ୍ଜିତ୍ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ଆଳ୍ପନା ସ୍ୱାଇଁ, ମୂ,ଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ବରିଷ୍ଟ ଦେୱାନି ବିଚାରପତି ଶ୍ରୀ ଆଶିସ ପଟ୍ଟନାଏକ ରେଜିଷ୍ଟ୍ରାର ଶ୍ରୀ ରାଣା ଘୋସ୍, ମହିଳା କୋଟର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ଏସ୍.ଡି.ଜେ.ମ୍ ଶ୍ରୀମତି ସୁଦେସ୍ନା ପଟ୍ଟନାଏକ, ଗ୍ରାମ ନ୍ୟାୟଧିକାରୀ ଶ୍ରୀମତି ଜ୍ୟୋତିରମୟୀ ଷଡଙ୍ଗୀ, ଜେ.ଏମ୍.ଏଫ୍.ସି ଏସ୍.ଆର ତୋସାଲି ଏବଂ ରାୟଗଡା ବାର ଆସୋସିଏସନର ସଭାପତି ଶ୍ରୀ ବ୍ରଜ ସୁନ୍ଦର ନାଏକ, ସଚିବ ରମେଶ ଚନ୍ଦ୍ର ପାଢୀ ଓ ଅନ୍ୟ ଆଇନଜୀବି ଶ୍ରୀ ମଦନ ମୋହନ ପାଢୀ, ଶ୍ରୀ ମଙ୍ଗଲମୂର୍ତ୍ତି ବେଉରିଆ, ଶ୍ରୀ ଜଗଦିସ ପଣ୍ଡା, ଶ୍ରୀ ନବ କୁମାର କାଣ୍ଟା, ଶ୍ରୀ ବିଶ୍ୱନାଥ ଗନ୍ତାୟତ, ଶ୍ରୀ ବାବୁ ରାଜଗୁରୁ, ଶ୍ରୀ ସୀତାରାମ ପଣ୍ଡା, ଶ୍ରୀ ଦେବରାଜ ନାଏକ, ଶ୍ରୀମତି ଭାରତି ତ୍ରିପାଠି ଓ ଅନ୍ୟ ଆଇନଜୀବି ପ୍ରମୁଖ ବିଭିନ୍ନ ଅଦାଲତ ପରିସରରେ ଅନୁଷ୍ଠିତ ହେଇଥିବା ବେଞ୍ଛରେ ଯୋଗଦେଇଥିଲେ l ଏହି ଲୋକ ଅଦାଲତ ଟିକୁ ସଫଳ କରିଥିବାରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଜିଲ୍ଳାର ଜନସାଧାରଣ ତଥା ଆଇନଜୀବି ଓ ରାଜସ୍ୱ ବିଭାଗ ଓ ସରକାରୀ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି lରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ