May 13, 2026

କୃଷ୍ଣାନନ୍ଦପୁର ଥାନା ତରଫରୁ କିଶୋର କିଶୋରୀ ମାନଙ୍କ ମଧ୍ୟରେ“ ଜୁଭେଣ୍ଟିକା ” ପ୍ରୋଗ୍ରାମ

IMG-20260509-WA0040
Share

 

ତିର୍ତ୍ତୋଲ –

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଓଡ଼ିଶା ପୋଲିସ ଓ ୟୁନିସେଫ୍‌ର ସଂଯୁକ୍ତ ସହଯୋଗରେ ୦୮/ ୦୫/ ୨୦୨୬ ତାରିଖରେ ଆରମ୍ଭ କରାଯାଇଥିବା ଏକ ରାଜ୍ୟବ୍ୟାପୀ ସଚେତନତା ଓ ସମ୍ପର୍କ ସୃଷ୍ଟି କାର୍ଯ୍ୟକ୍ରମ, ଯାହାର ନାମକରଣ ” ଜୁଭେଣ୍ଟିକା ” ବୋଲି ଦର୍ଶାଯାଇଛି । ଏହାର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ ବାକୁ ଥାନା ତରଫରୁ କିଶୋର କିଶୋରୀ ମାନଙ୍କ ସହ ସଂଯୋଗ ସ୍ଥାପନ କରି ଶିଶୁ ସୁରକ୍ଷାକୁ ସୁଦୃଢ କରିବା, ସଚେତନତା ବୃଦ୍ଧି କରିବା ଏବଂ ଶିଶୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଦେବା ବିଷୟକୁ ନିର୍ଭୁଲ ଭାବେ ବୁଝଇ ଥିଲେ । ଏହି କାର୍ଯ୍ୟକ୍ରମଟି ଓଡ଼ିଶା ପୋଲିସର ମହିଳା ଓ ଶିଶୁ ବିରୋଧୀ ଅପରାଧ ଶାଖା (CAW & CW Wing) ଦ୍ୱାରା ପରିଚାଳିତ ହେଉଛି । ରାଜ୍ୟର ୫୫୫ଟି ପୋଲିସ ଥାନା ମାଧ୍ୟମରେ ୧୫,୦୦୦ରୁ ଅଧିକ କିଶୋର କିଶୋରୀଙ୍କୁ ଏହି ଅଭିଯାନରେ ସମ୍ମିଳିତ କରାଯାଉଛି । ଏହାର ପ୍ରମୁଖ ବିଷୟ ଗୁଡ଼ିକ ହେଲା , ଡିଜିଟାଲ ସୁରକ୍ଷା , ମାନସିକ ସ୍ୱାସ୍ଥ୍ୟ ସଚେତନତା , ଶିଶୁ ସୁରକ୍ଷା ବ୍ୟବସ୍ଥା ବିଷୟରେ ଜ୍ଞାନ , ଏବଂ ପୋଲିସ ପ୍ରତି ଥିବା ଭୟକୁ କମାଇ ସମ୍ପର୍କ ମଜବୁତ କରିବା ବୋଲି କୃଷ୍ଣାନନ୍ଦପୂର ଥାନା ଅଧିକାରୀ ମନ୍ତବ୍ୟ ରଖିଥିଲେ ।