ସାଥୀ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠା ଦିବସ  ସେବା ହିଁ ମାନବ ଧର୍ମ ହେଉ- ମନ୍ତ୍ରୀ ସୁରେଶ ପୁଝାରୀ

IMG-20260209-WA0022
Share

 

ସମ୍ବଲପୁର, ୦୯. ୦୨(ରାଜାରାମ ଷଡ଼ଙ୍ଗୀ): ସ୍ଥାନୀୟ

ଗଙ୍ଗାଧର ମଣ୍ଡପ ଠାରେ ସାଥୀ ଚାରିଟେବୁଲ ଟ୍ରଷ୍ଟର ୨ୟ ପ୍ରତିଷ୍ଠା ଦିବସ ସମର୍ପଣ ଅନୁଷ୍ଠି ତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଟ୍ରଷ୍ଟର ସମାଜସେବା କାର୍ଯ୍ୟକୁ ବେଶ ପ୍ରଂଶସା କରିଥିଲେ । ଟ୍ରଷ୍ଟ ସଭାପତି ଶତ୍ରୁଘନ ଲାଲ ସାହାଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଜୀବନ ଚୈତନ୍ୟ ମହାରାଜ, ଡା. ବ୍ୟୋମକେଶ ଦୀକ୍ଷିତ, ଡା. କାଞ୍ଚନ ରାୟ, ଶିକ୍ଷାବିତ୍ ବିପିନ ନନ୍ଦ, ଭଜନ ଝୁନଝୁନୱାଲା, ବିଜେପି ନେତା ଗିରିଶ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଟ୍ରଷ୍ଟର କାର୍ଯ୍ୟକାରୀ ଅଧ୍ୟକ୍ଷ ସିଦ୍ଧାର୍ଥ ସାହା ତାଙ୍କ ଅଭିଭାଷଣରେ ର କହିଥିଲେ ଯେ, କ୍ୟାନ୍ସର ରୋଗ ମୂଳୋତ୍ପାଟନ ପାଇଁ ସହର ରେ ପ୍ରତି ମାସ ୫୦ଜଣଙ୍କୁ ଫ୍ରି ଭ୍ୟାକସିନ ବଣ୍ଟନ କରାଯିବ । ୨୦୩୦ ସୁଦ୍ଧା ସମ୍ବଲପୁର

ମହାନଗର ନିଗମ ଅଞ୍ଚଳକୁ କ୍ୟାନ୍ସର ମୁକ୍ତ କରାଯିବ । ମାତ୍ର ୧୧ଟଙ୍କାରେ ଅତ୍ୟାଧୁନିକ ଶବ ବାହକ ଗାଡି ଜନସାଧାରଣଙ୍କ ପାଇଁ ନିୟୋଜିତ ହେବ । ସେହି ପରି ସିନ୍ଦୁରପଙ୍କ ନିକଟରେ ୨୦ଡେସିମିଲ ଜମିରେ ଏକ ବୃଦ୍ଧାଶ୍ରମ ନିର୍ମାଣ ଯୋଜନା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସମାଜସେବା କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ପାଇଁ କିଛି ବ୍ୟକ୍ତି ବିଶେଷଙ୍କୁ ସାଥୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହ ସହ ମହାନଗର ନିଗମ ଅଞ୍ଚଳର କିଛି ବିଧବା ଓ ଅସହାୟ ମହିଳାଙ୍କୁ ସ୍ଵାବଲମ୍ବୀ ଏବଂ ରୋଜଗାରକ୍ଷମ କରିଵା ଲକ୍ଷ ରଖି ୩୫ ଜଣଙ୍କୁ ସିଲେଇ ମେସିନ, ୧୫ଜଣ ଶାରୀରିକ ଭିନ୍ନକ୍ଷମଙ୍କୁ ୱିଲ ଚେୟାର ଏବଂ ୱାକର, ୧୫ଜଣ ଜଣ କ୍ୟାନ୍ସର ପୀଡିତଙ୍କୁ ଆର୍ଥିକ ସହାୟତା, ୫୦ଜଣ ଛାତ୍ରଛାତ୍ରୀଙ୍କୁ ସାଇକଲ ଓ ମୋ ମାବାଇଲ ଫୋନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧ୍ଯକ୍ଷ ସମରଜିତ୍ ପଟ୍ଟନାୟକ, ସଦସ୍ୟ ରାହୁଲ ଠାକୁର, ମଣ୍ଡୁ ଦୁବେ, ଶିବ ପ୍ରଧାନ, ଭଗତ ସିଂ, କମଲ ଅଗ୍ରୱାଲ, ଟିଙ୍କୁ ଯୋଶୀ, ରସିଦ୍ ଖାନ୍, ବିନୟ ଶର୍ମା, ଆଦି ନନ୍ଦ, ରାହୁଲ ନିଖଣ୍ଡିଆ, ଦେବବ୍ରତ ସ୍ୱାଇଁ ଓ ବାବୁଲି ଵାଦୀ ପ୍ରମୁଖ ସହଯୋଗ କରିଥିଲେ।ସାଥିର ଏଭଳି ସମାଜସେବା କୁ ସବୁ ମହଲରେ ସ୍ୱାଗତ କରାଯାଇଛି।