June 23, 2026

ପାରଳାଖେମୁଣ୍ଡି ସହରର ବେତଗୁଡ଼ା ସ୍ଥିତ ସରକାରୀ ମହିଳା ସ୍ବାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର ଠାରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20260209-WA0026
Share

      ପାରଳାଖେମୁଣ୍ଡି(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର  ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡ଼ା ସରକାରୀ ମହିଳା ସ୍ଵସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର ଠାରେ କ୍ୟାନ୍ସର ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି।ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଅଧକ୍ଷା ଙ୍କ ଶ୍ରୀମତୀ ପ୍ରତିଭା କୁମାରୀ ନାୟକଙ୍କ ସହ ଶ୍ରୀମତୀ ସଙ୍ଗୀତାରାଣୀ ମହାପାତ୍ର, ଶ୍ରୀମତୀ ତୃପ୍ତିମୟୀ ନନ୍ଦା ଓ ଶ୍ରୀ ବଳରାମ ମୋହାଙ୍କୁଡ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସଙ୍ଗଠନ କ୍ରାନ୍ତିର କାର୍ଯୟନିର୍ବାହୀ ନିର୍ଦ୍ଦେଶକ ଡା. ଦେବାନନ୍ଦ ଦାଶ ଡା. ଦିଲୀପ କର (କ୍ୟାନ୍ସର ସର୍ଜନ, ଉତ୍କଳ ହସ୍ପିଟାଲ, ଭୁବନେଶ୍ୱର), ଶ୍ରୀମତୀ କବିତା ମିଶ୍ର (ଜଗନ୍ନାଥ କ୍ୟାନ୍ସର ଏଡ୍‌ ଫାଉଣ୍ଡେସନ), ଶ୍ରୀମତୀ ଗାୟତ୍ରୀ ମହାଲୀ (ମୁମ୍ବାଇ), ଶ୍ରୀମତୀ ସୁଚିତ୍ରା ଦାଶ, ଶ୍ରୀମତୀ ପ୍ରୀତି ରାୟ, ଶ୍ରୀ ଚିତ୍ରରଞ୍ଜନ ଦାଶ, ଡା. ସୁରଜିତ ପାଣିଗ୍ରାହୀ ଓ ଶ୍ରୀମତୀ ନିର୍ମଳା ଦାଶ ଅତିଥି ଭାବେ ଯୋଗଦେଇଥିଲେ।ଅତିଥିମାନେ କ୍ୟାନ୍ସରର ଲକ୍ଷଣ, ପ୍ରତିରୋଧ, ଓ ସମୟରେ ଚିକିତ୍ସାର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। ସେମାନେ କହିଥିଲେ ଯେ ସମୟରେ କ୍ୟାନ୍ସର ଚିହ୍ନଟ ହେଲେ ଜୀବନ ରକ୍ଷା ସମ୍ଭବ।କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥି, ଆୟୋଜକ ଓ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।