May 14, 2026

ସମ୍ବଲପୁର ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଶାଖା, ଓ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ମିଳିତ ଆନୁକୁଲ୍ୟରେ ବୁଢ଼ାରଜା ହାଇ ସ୍କୁଲ, ସମ୍ବଲପୁର ଠାରେ ବିଶ୍ଵ ରେଡ୍ କ୍ରସ୍ ଦିବସ ପାଳନ କରାଯାଇଥିଲା l

IMG-20260508-WA0045
Share

     ସମ୍ବଲପୁର ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଶାଖା, ଓ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ମିଳିତ ଆନୁକୁଲ୍ୟରେ ବୁଢ଼ାରଜା ହାଇ ସ୍କୁଲ, ସମ୍ବଲପୁର ଠାରେ ବିଶ୍ଵ ରେଡ୍ କ୍ରସ୍ ଦିବସ ପାଳନ କରାଯାଇଥିଲା l ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ଯୋଗ ଦାନ କରି ରେଡ୍ କ୍ରସ୍ ର ମହତ୍ତ୍ୱକାଙ୍କ୍ଷା ବିଷୟ ରେ ଆଲୋକପାତ କରିଥିଲେ l ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀକାନ୍ତ ପଟେଲ ଯୋଗ ଦେଇଥିଲେ l ରେଡ୍ କ୍ରସ୍ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ସଭା ଆରମ୍ଭ କରାଯାଇଥିଲା l ଅତିଥୀ ଭାବେ ଡ ରାଜାରାମ ଷଡଙ୍ଗୀ ଯୋଗ ଦେଇ ରେଡ୍ କ୍ରସ୍ ର ସଫଳ ରୂପାୟନ ପାଇଁ ଜିଲ୍ଲା ରେ ଥିବା ରେଡ୍ କ୍ରସ୍ କାଉନସିଲର ମାନଙ୍କୁ ଆହ୍ଵାନ ଦେଇଥିଲେ l ବୁଢ଼ାରଜା ହାଇ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ପତ୍ରୀ ବିଦ୍ୟାଳୟ ସ୍ତରରେ ରେଡ୍ କ୍ରସ୍ ର ଭୂମିକା ବିଷୟରେ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ଜୁନିୟର ରେଡ୍ କ୍ରସ୍ କାଉନସିଲର ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ l ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଫିସର ବିଶ୍ଵାମିତ୍ର ଦୀପ ପରିଚାଳନା କରିଥିଲେ l କାଉନ୍ସିଲର ପଙ୍କଜିନୀ ନାୟକ, ଫାଷ୍ଟ୍ ଏଡ ଟ୍ରେନର ଆନନ୍ଦ ଦଣ୍ଡସେନା, ପ୍ରତାପ ସେନାପତି, ଭୀମସେନ୍ ବାରିକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ପ୍ରତିବର୍ଷ ମେ 8 କୁ ବିଶ୍ଵ ରେଡ୍ କ୍ରସ୍ ଦିବସ ଭାବେ ବିଶ୍ଵ ବ୍ୟାପି ପାଳନ କରାଯାଏ l ଏହି ଅବସରରେ ବିଶ୍ଵ ଥାଲାସେମିଆ ଦିବସ ଭାବେ ମଧ୍ୟ ସଚେତନତା ସ୍ରୁଷ୍ଟି କରାଯାଇଥାଏ l ସଭା ଶେଷ ରେ ଶ୍ରୀଯୁକ୍ତ ଦୀପ ଙ୍କ ଧନ୍ୟବାଦ ଅର୍ପଣ କରିଥିଲେ l