May 19, 2024

କୋଟପାଡ଼ ଠାରେ ଶୁଣ୍ଡି ସମାଜ ର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ…

Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜୁ ପଟ୍ଟନାୟକ ପାଠ୍ୟକେନ୍ଦ୍ର ରେ ଶୁଣ୍ଡି ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ମଣ୍ଡଳ ସ୍ତରୀୟ ବୈଠକ ରେ ନବରଙ୍ଗପୁ୍ର ,ଜୟପୁର,ଛତିଶ ଗଡ଼,ବୋରିଗୁମ୍ମା ଓ କୋଟପାଡ଼ ରୁ ଏକ ହଜାର ରୁ ଉର୍ଧ୍ଵ ସମାଜର ମାନ୍ୟ ଗଣ୍ୟ ବ୍ୟକ୍ତ ବିଶେଷ ଉପସ୍ଥିତ ରହି. ନୂତନ ଭାବରେ ପଞ୍ଜିକୃତ ହୋଇଥିବା ଶୁଣ୍ଡି ସମାଜ ର ଗୃହ ନିର୍ମାଣ କରିବା ,ସମାଜ କୁ ରାଜନୈତିକ କରଣ କରା ନ ଯିବା ସହ ପିତା ଓ ବାର ଦିନ ରେ ଭୋଜି ପାଇଁ ବାରଣ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିବାର ଜଣା ଯାଇଛି I ରବିବାର ବଲକୃଷ୍ଣ ବିଶୋଇ. ରମା ବିଶୋଇ ଏବଂ ତୁଷାର କାନ୍ତ ବିଶୋଇ ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ଶୁଣ୍ଡି ସମାଜର ମଣ୍ଡଳ ସ୍ତରୀୟ ବୈଠକ ସଫଳ ହୋଇଥିବା ଜଣା ଯାଇଛି Iଗତ ପଞ୍ଚାୟତ ନିର୍ବାଚନ ସମୟରେ ସମାଜ ବୈଠକ ଅନୁଷ୍ଠିତ ହୋଇଥିବା ଚଳିତ ସାଧାରଣ ନିର୍ବାଚନ ଦୃଷ୍ଟି ରେ ରଖି ଏହି ବୈଠକ ଆୟଜନ କରା ଯାଇ ନାହିଁ ତ ବୋଲି ବୈଠକ ସ୍ଥଳ ରେ ଆଲୋଚନା ଚାଲିଥିବା ଜଣାଯାଇଛି I( କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା)