ଚାଲିଛି ଚୋରି ଫାଇଲର ଚେର ଖୋଜା, ବାବୁଙ୍କୁ ଏସ୍ଆଇଟିର ରିପୋର୍ଟ ତଲବ.
ଦୁଇଟି ତଦନ୍ତ କମିସନ ରିପୋର୍ଟ ଚୋରି ହୋଇଯିବାକୁ ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସବୁଠୁ ସୁରକ୍ଷିତ ସ୍ଥାନରୁ କିଏ ଓ କେମିତି ଫାଇଲ ଚୋରି କରିବାକୁ ଦୁଃସାହାସ କଲେ ତାହା ଚର୍ଚ୍ଚାର ବିଷୟ ହୋଇଛି। ଏପଟେ ତଦନ୍ତକୁ ଜୋରଦାର କରିଛି ଏସଆଇଟି।
ଦୁଇଟି ତଦନ୍ତ କମିସନ ରିପୋର୍ଟ ଚୋରି ହୋଇଯିବାକୁ ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସବୁଠୁ ସୁରକ୍ଷିତ ସ୍ଥାନରୁ କିଏ ଓ କେମିତି ଫାଇଲ ଚୋରି କରିବାକୁ ଦୁଃସାହାସ କଲେ ତାହା ଚର୍ଚ୍ଚାର ବିଷୟ ହୋଇଛି। ଏପଟେ ତଦନ୍ତକୁ ଜୋରଦାର କରିଛି ଏସଆଇଟି।
ଲୋକସେବା ଭବନରୁ ଦୁଇ ଦୁଇଟି ତଦନ୍ତ କମିସନଙ୍କ ରିପୋର୍ଟ ଚୋରି ଘଟଣାକୁ ନେଇ ଚାଲିଛି ତନାଘନା। ଏସ୍ଆଇଟି ଗୃହ ବିଭାଗର ଜଏଣ୍ଟ ସେକ୍ରେଟାରୀ ଶରତ ଚନ୍ଦ୍ର ମାରାଣ୍ଡିଙ୍କୁ କରିଛି ନୋଟିସ୍। ଏ.ଏସ. ନାଇଡ଼ୁ କମିସନ ଓ ଆରଡିସି ସେଣ୍ଟ୍ରାଲ ଡିଭିଜିନ ଦେଇଥିବା ଦୁଇଟି ଯାକ ରିପୋର୍ଟ, ହୋମ ଡିପାର୍ଟମେଣ୍ଟକୁ ଆସିଥିଲା I କିନ୍ତୁ ଏହା କେମିତି ଚୋରି ହେଲା? ତାର ବିସ୍ତୃତ ତଥ୍ୟ ମାଗିଛନ୍ତି।
ଶରତଙ୍କୁ ପୁଲିସର ରିପୋର୍ଟ ତଲବ
୧: ହୋମ୍ ଡିପାର୍ଟମେଣ୍ଟକୁ ଆସିଥିବା ଦୁଇଟି ଯାକ ରିପୋର୍ଟ, GA ଡିପାର୍ଟମେଣ୍ଟକୁ କେବେ ଯାଇଥିଲା ?
୨: ଏବଂ GAରୁ CMOକୁ କେବେ ଯାଇଥିଲା?
୩: କିଏ ଏହି ଫାଇଲକୁ ଗ୍ରହଣ କରିଥିଲେ?
୪: ଫାଇଲ୍ ଦୁଇଟି କୁଆଡ଼େ କୁଆଡ଼େ ଯାଇଥିଲା?
୫: ଚିଠିର ଡେସ୍ପାଚ୍ ନମ୍ବର କେତେ?
୬: ଏହାକୁ ଡିଜିଟାଇଜେସନ କରାଯାଇଥିଲା କି ନାହିଁ?
୭: ଉକ୍ତ କମ୍ପ୍ୟୁଟର ଓ ତା’ର ହାର୍ଡଡିସ୍କ କେଉଁଠି ଅଛି?
ଯେତେ ଶୀଘ୍ର ସମ୍ଭବ ତଥ୍ୟ ପ୍ରମାଣ ସହ ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ କରିଛି ପୁଲିସ I
ତଦନ୍ତ ବେଳେ ଜଣା ପଡିଛି ଯେ, ତଦନ୍ତ ରିପୋର୍ଟ ପ୍ରଥମେ ଗୃହ ବିଭାଗ, ପରେ GA ଏବଂ ଶେଷରେ CMOକୁ ଯାଇଥିଲା I ତେଣୁ ଫାଇଲ୍ ଯେମିତି ଯେମିତି ଯେଉଁଠୁ ଯେଉଁ ପର୍ଯ୍ୟନ୍ତ ଯାଇଥିଲା, ସେହି ଦିଗରୁ ହିଁ ତନାଘନା ହେବ I ସେଥିପାଇଁ ଆସନ୍ତାକାଲି GA ଡିପାର୍ଟମେଣ୍ଟରେ ପଶି, ଛାନଭିନ କରିବ SIT I ଫାଇଲ୍ ରିସିଭ୍ କରିଥିବା ଓ ଡେସ୍ପାଚ୍ କରିଥିବା GA ଅଧିକାରୀଙ୍କୁ ପ୍ରଶ୍ନ କରାଯିବ I GAରୁ CMOକୁ ଫାଇଲ୍ ହସ୍ତାନ୍ତରର ସମ୍ପୂର୍ଣ୍ଣ ପ୍ରକ୍ରିୟା ଜାଣିବାକୁ ସମନ୍ ଜାରି କରିବ SIT I ଆଉ ଉଭୟ CMO ଏବଂ GAର ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ପାଳି ପାଳି କରି ଥାନାକୁ ଡାକି ପଚରାଉଚରା ହେବ I ଏହାକୁ ନେଇ ତୃତୀୟ ମହଲାର ଅଧିକାରୀଙ୍କ ଭିତରେ ଛନକା ପଶିଛି।
