June 16, 2026
ajiro khabar
Share

 

 

୧-ଜୁନ୍ ୧୮ରୁ ଖୋଲିବ ସ୍କୁଲ୍: ଗ୍ରୀଷ୍ମଛୁଟି ପରେ ପୁଣି ସ୍ୱାଭାବିକ ହେବ ପାଠପଢ଼ା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ।

 

୨-ଧୁମ୍ ଜମିଲା ଦ୍ବିତୀୟ ରଜ,କେଉଁଠି ପୋଡ଼ ପିଠାର ସୁଆଦ ତ ଆଉ କେଉଁଠି ରଜ ପାନର ମହକ।କେଉଁଠି କାଠର ରାମ ଦୋଳି,ତ ଆଉ କେଉଁଠି ନିଆରା ‘ପାଣିଦୋଳି’ ମଜା ନେଇଛନ୍ତି ଝିଅ ବୋହୂ।

 

୩-ଓଡ଼ିଶାରେ ସକ୍ରିୟ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ, ଆଗାମୀ ୪ ରୁ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ପବନ ସହ ବର୍ଷା ସମ୍ଭାବନା।

 

୪-ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ: ସ୍ୱଚ୍ଛ ଗଣତନ୍ତ୍ର ପାଇଁ ନିଜେ ସାମିଲ ହୋଇ ସୃଷ୍ଟି କଲେ ଉଦାହରଣ।

 

୫-ଭୁବନେଶ୍ୱର:ସୈନିକ ସ୍କୁଲ୍ ନିକଟରେ ଛାତି ଥରା ଦୁର୍ଘଟଣା,ଚା’ ଦୋକାନରେ ବସିଥିବା ଲୋକଙ୍କୁ ଚାପି ଦେଲା କାର,୨ ମୃତ।

 

୬-ଭୁବନେଶ୍ଵର:ରାଜ୍ୟରେ ଆରମ୍ଭ ହେଲା ସରକାରଙ୍କ ସୋମନାଥ ସ୍ୱାଭିମାନ ପର୍ବ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗଲେ ଗୁଜୁରାଟ।

 

୭-ବଲାଙ୍ଗୀର: ଆନ୍ଧ୍ର ବିଏଡ୍ ନାମରେ ଠକେଇ,୨୦ ଆଶାୟୀଙ୍କ ୩୦ଲକ୍ଷ ଟଙ୍କା ଚଳୁ।

 

୮-ଭୁବନେଶ୍ୱର:ସିଟି ନାମ ଲେଖା ପାଇଁ ସିଟ୍ ଠାରୁ ୧୨ ଗୁଣା ଆବେଦନ। ସାଧାରଣ ଗ୍ରାଜୁଏସନରେ ସିଟ୍ ପଡୁଛି ଫାଙ୍କା।

 

୯-ଭୁବନେଶ୍ୱର:ଏବେ ବି ଅସ୍ବାଭାବିକ ଗରମ,୪୦ ଡିଗ୍ରୀ ଉପରେ ୫ ସହର,ତାତି କମ୍ ହେଲେ ବି ଗୁଳୁଗୁଳି ଅଧିକ।

 

୧୦-ଭୁବନେଶ୍ୱର:ଯଥେଷ୍ଟ ହେଉନି ପଞ୍ଚାୟତର ନିଜସ୍ବ ରାଜସ୍ବ, ସରକାରଙ୍କୁ ହାତ ଟେକାକୁ ଅପେକ୍ଷା କରୁଛନ୍ତି ଜନପ୍ରତିନିଧି।

 

୧୧-ନବରଙ୍ଗପୁର:ରଜ ଦୋଳି ଖେଳିବାକୁ ଯାଇ ଫେରିଲେନି ଯୁବତୀ, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ।

 

୧୨-କେନ୍ଦ୍ରାପଡ଼ା:ହସ୍ପିଟାଲ ବେଡ୍‌ରେ ପଡିଛନ୍ତି ଚାମେଲି ଓଝା, ନିଜ ଦେହରେ କ୍ୟାମେରା ଲଗାଇ ଜଗି ବସିଛନ୍ତି ପୋଲିସ କର୍ମଚାରୀ।

 

୧୩-ମାଲକାନଗିରି,କଷିଗୁଡା ଗାଁ:ଉପାନ୍ତ ଅଞ୍ଚଳରୁ ଆସିଲା ଶିକ୍ଷାଦାନର ଚିତ୍ତାକର୍ଷକ ଚିତ୍ର, ଅଙ୍ଗନବାଡ଼ି କାନ୍ଥରେ ଶୋଭା ପାଉଛି ରାମାୟଣ।

 

୧୪-କେନ୍ଦ୍ରାପଡ଼ା, ନିକିରାଇ:ଦୋଳି ଖେଳ ବେଳେ ମାଡ଼ି ଆସିଲା ବୋଲେରୋ ଗାଡ଼ି, ୩ ଜଣ ଛୋଟ ପିଲା ଆହତ।

 

୧୫-ରାଜନଗର: ପାଣି ନାଳରୁ ଉଦ୍ଧାର ହେଲା ୧୬ ଫୁଟର କୁମ୍ଭୀର।ବ୍ରାହ୍ମଣୀ ନଦୀରୁ ପଳେଇ ଆସିଥିବା ସଂନ୍ଦେହ।

 

୧୬-ବହୁ ବାଦ-ବିବାଦର ଅନ୍ତ ଘଟାଇ କାର୍ଯ୍ୟକ୍ଷମ ହେଲା ଝାରସୁଗୁଡ଼ା ହାର୍ଟ ହସ୍ପିଟାଲ,ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର।

 

୧୭-ଆସନ୍ତା ୨୦ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।୩ ଘଣ୍ଟା ଓଡ଼ିଶାରେ ରହିବେ ମୋଦୀ।ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ସାରା ୧୫୦ ପ୍ଲାଟୁନ ପୁଲିସ ମୃତୟନ।

 

୧୮-ଜେନ୍ ଜି (Gen Z) ଉପରେ ରାହୁଲ ଗାନ୍ଧୀଙ୍କ ନଜର, ଯୁବପିଢ଼ିଙ୍କୁ ଯୋଡ଼ିବା ପାଇଁ କଂଗ୍ରେସ ପ୍ରସ୍ତୁତ କଲାଣି ପ୍ଲାନ।

 

୧୯-ଇନଷ୍ଟାରେ ଫେକ୍ ପ୍ରୋଫାଇଲ୍ ଖୋଲି ଯୁବତୀଙ୍କୁ ବ୍ଲାକମେଲ୍, ବିହାରରୁ ଯୁବକ ଗିରଫ।

 

୨୦-ହର୍ମୁଜ ପାର କଲା ଭାରତୀୟ ପରିବହନ ପୋତ ‘ଦିଶା’, ଜାହାଜରେ ଅଛି ୬୨,୩୭୦ ମେଟ୍ରିକ LNG ଗ୍ୟାସ୍।

 

୨୧-ପରମାଣୁ ଅସ୍ତ୍ର ତିଆରି କରିବନି ଇରାନ, ଆମେରିକା ସହ ସ୍ଵାକ୍ଷରିତ ହେଲା MoU।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

You may have missed