May 19, 2024

ଭୁତାପଡା ମଙ୍ଗଳା ମନ୍ଦିରରେ ବାସନ୍ତୀକ ନବରାତ୍ର ପାଇଁ କଳଶାଧୀବାସ ….

Share


ସମ୍ବଲପୁର,୦୮/୦୪: ସମ୍ବଲପୁର ସହର ଭୁତାପଡା ମା’ ମଙ୍ଗଳାଙ୍କ ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜନୋତ୍ସବ ସକାଶେ ସୋମବାର ଚୈତ୍ର ମାସ ଅମାବାସ୍ୟା ତିଥିରେ କଳଶାଧୀବାସ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଆଜି ଅପରାହ୍ନ ୪ ଟା ସମୟରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ I ସ୍ଥାନୀୟ ମହାନଦୀ ଘାଟରୁ ଜଳ ଆଣି ଵିଧି ମୁତାବକ ମଙ୍ଗଳାଙ୍କ ପୀଠେ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା ଓ ପଣ୍ଡିତ ଆଦିତ୍ୟ ମିଶ୍ର ପୂଜା କାର୍ଯ୍ୟ କରୁଛନ୍ତି I ମାଁ ମଙ୍ଗଳାଙ୍କ ବାସନ୍ତିକ ନବଦିନାତ୍ମକ ପୂଜା ଆସନ୍ତାକାଲି
ତା.୦୯.୦୪.୨୦୨୪ (ମଙ୍ଗଳବାର) ରୁ ତା.୧୭.୦୪.୨୦୨୪ (ବୁଧବାର) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I ଭୁତାପଡା ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା,ସାଧବ ପ୍ରଧାନ, ରମାକାନ୍ତ ଜେନା, ସୁଶାନ୍ତ ମହାପାତ୍ର, ନାରାୟଣ ଦାନୀ, ଧନେଶ୍ୱର ରାୟ, ଅସିତ କୁମାର ବିଶ୍ୱାଳ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ପଣ୍ଡିତ ଲଷ୍ମୀ ନାରାୟଣ ମିଶ୍ର ଲେନ୍ ନିବାସୀ ସରୋଜ ସାହୁ ଓ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି I