May 19, 2024

ନିମାପଡା ବିଜେଡି ଟିକେଟ ଦୌଡ଼ରେ ବହୁତ ଆଗରେ ଜୋଶ୍ନାରାଣୀ …

Share


ଆଜ୍ଞା ହଁ ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ କଥା l ନିମାପଡା ବିଜେଡି ଟିକେଟ ଦେବାରେ ବିଳମ୍ୱ କରିବା ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସ ବିଭିନ୍ନ ଘୋଟାଲା ରେ ନିନ୍ଦିତ ହେବା, ବିଜୁ ଜନତା ଦଳକୁ ନିନ୍ଦିତ ଅପମାନିତ ଜନସାଧାରଣଙ୍କ ଆଗରେ କରିବା ଏପରିକି ନିଜକୁ ଟାଣୁଆ ସଂଗଠକ କହି ଏଗାର ନମ୍ବର ଜୋନ ଉପନିର୍ବାଚନ ରେ ବିଜେଡି କୁ ହରାଇଥିଲେ l ଏହି ଦୃଷ୍ଟି ରୁ ସମୀର ରଞ୍ଜନ ଦାସଙ୍କ ଟିକେଟ ନିମାପଡା ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ କାଟ କରିଛନ୍ତି l ଅପର ପକ୍ଷରେ ବିଜୁ ଜନତା ଦଳର ଚର୍ଚ୍ଚା ମହିଳା ସରକ୍ଷଣ କରିବା ପୁରୀଜିଲ୍ଲା କୁ ନେଲେ ନିମାପଡା ଆଗରେ l ନିମାପଡା ରେ ଜୋଶ୍ନାରାଣୀ ନାୟକ ନାରୀମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ମାତୃଶକ୍ତି ଓଡିଶା ମାଧ୍ୟମରେ କତା ମେସିନ ମାଧ୍ୟମରେ କାର୍ଯ୍ୟ ଯୋଗାଇବା, ନାରୀମାନଙ୍କ ଅଧିକାର ନେଇ ବ୍ଲକ ତହସିଲ ଆଗରେ ଧାରଣାରେ ବସିବା, ୪୬ ଗ୍ରାମପଞ୍ଚାୟତ ରେ ବିଭିନ୍ନ କାର୍ଯ୍ୟ କରି ମହିଳା ଓ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରି ନିମାପଡା ରେ ନିଜକୁ ନାରୀନେତ୍ରୀ ଭାବେ ନିଜକୁ ସୃଷ୍ଟି କରିପାରିଛନ୍ତି ବୋଲି ନିମାପଡା ର ପ୍ରତି ଛକରେ ଆଲୋଚନା ହେଉଥିବା ର ଦେଖିବାକୁ ମିଳୁଛି l ସମୀର ରଞ୍ଜନ ଦାସଙ୍କ ସହିତ ଶଙ୍ଖଚିହ୍ନ ବିଜେଡି ପତାକାକୁ ନେଇ ଗୋପ କୁସୁପୁର ଠାରେ ଚାଲିଥିବା ସଭାରେ ସମୀର ଦାଶଙ୍କ ଚରିତ୍ରକୁ ନେଇ ଜନସାଧାରଣଙ୍କ ଆଗରେ ପ୍ରକାଶ କରି ସମୀର ଦାଶ ଙ୍କୁ ଚାଲେଞ୍ଜ କଲାଭଳି ପଦକ୍ଷେପ ନେଇଥିବାରୁ ନିମାପଡା ବାସି ଜୋଶ୍ନାଙ୍କ ଏଭଳି ସାହାସକୁ ସ୍ୱାଗତ କରିଥିଲେ l ନିମାପଡା ଅଞ୍ଚଳ ରେ ଜୋଶ୍ନାରାଣୀ ବିଜେଡିରୁ ଟିକେଟ ପାଇବେ ଏବଂ ବିପୁଳ ସଂଖ୍ୟାରେ ଜିତିବେ ବୋଲି ସାଧାରଣ ରେ ବେଶ ଚର୍ଚ୍ଚା ହେଉଛି l
()ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ