ହିନ୍ଦୁ ବିରୋଧୀ ଅପପ୍ରଚାରର ପ୍ରତିବାଦ
ହିନ୍ଦୁ ବିରୋଧୀ ଅପପ୍ରଚାରର ପ୍ରତିବାଦ
ରାଷ୍ଟ୍ରୀୟ ଏକତା ସୁରକ୍ଷା ମଞ୍ଚର ଶୋଭାଯାତ୍ରା
ମୋହନା ସମାନ ନାଗରିକ ସଂହିତା ଲାଗୁ ଦାବି ସହ ଦେଶରେ ଅରାଜକତା ସୃଷ୍ଟି କରୁଥିବା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗଜପତି ଜିଲ୍ଲା ମୋହନା ରେ ରାଷ୍ଟ୍ରୀୟ ଏକତା ସୁରକ୍ଷା ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରlଯାଇଛି l ଶୋଭାଯାତ୍ରା କରିବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ମୋହନା ବିଡ଼ିଓ ତପସ୍ଵିନୀ ହାଂସଦା,ତହସିଲଦାର ହିମାଂଶୁ ଭୂଷଣ ପଲେଇ ଓ ଥାନା ଅଧିକାରୀ ବସନ୍ତ ସେଠୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି l ବିଶେଷ କରି ୟୁସିସି କୁ ବିରୋଧ ଆଳରେ ରେ କିଛି ଦେଶବିରୋଧୀ ଶକ୍ତି ଦେଶ ତଥା ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି l ଦେଶରେ ଅରାଜକତା ସୃଷ୍ଟି କରିବା ସହ ଧର୍ମ ଧର୍ମ ଜାତି ଜାତି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛନ୍ତି l ୟୁସିସି ନା ରେ ଆଦିବାସୀ ମାନଙ୍କୁ ଭାଗ ଭାଗ କରିବାକୁ ଅପଚେଷ୍ଟl କରୁଛନ୍ତି l ଏଥିସହ ଭାରତ ବନ୍ଦ ଡାକରା ଦେଇ ହିନ୍ଦୁ ବିରୋଧୀ ଅପପ୍ରଚlର୍ କରୁଛନ୍ତି l ୟୁସିସି କୁ ବିରୋଧ ଆଳରେ କିଛି ସଂଗଠନ ଓ ବ୍ୟକ୍ତି ବିଶେଷ ଭାରତ ବନ୍ଦ ଡାକରା ଦେଇଥିଲେ l ଯେଉଁଥିରେ ହିନ୍ଦୁ ବିରୋଧୀ ବିଷୟ ଉଲ୍ଲେଖ ରହିଛି l ବିଦେଶୀ ଷଡ଼ଯନ୍ତ୍ରରେ ଅରlଷ୍ଟ୍ରୀୟ ଶକ୍ତିର ପ୍ରରୋଚନାରେ ମଣିପୁର, ହରିଆଣା, କେରଳ, ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟରେ ହିଂସାକାଣ୍ଡ ଘଟାଉଛନ୍ତି l ବଙ୍ଗଳlଦେଶୀ ରୋହିଙ୍ଗିଆ ମାନେ ଦେଶରେ ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟି କରୁଛନ୍ତି l ତେଣୁ ଏହାର ପ୍ରତିବାଦ ରେ ରାଷ୍ଟ୍ରୀୟ ଏକତା ସୁରକ୍ଷା ମଞ୍ଚ ଶୋଭାଯାତ୍ରା କରିବା ସହ ଅଶାନ୍ତି ସୃଷ୍ଟି କରୁଥିବା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି l ସେହିପରି ଚାନ୍ଦିପୁଟ, ଚନ୍ଦ୍ରଗିରି, ଅଡବା, ଲୁହlଗୁଡ଼ିରେ ମଧ୍ୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ଏକତା ସୁରକ୍ଷା ମଞ୍ଚର ଆବାହକ ତରଣିସେନ ଦାସ, ସଂଗଠକ ଅଶୋକ ରଣଜିତ୍, ସଦସ୍ୟ ପ୍ରଶାନ୍ତ ସୁବୁଦ୍ଧି, ବଙ୍ଗାଳୀ ଜlନୀ , ବାବୁଲା ସେଠି,ପ୍ରଶାନ୍ତ ମଲ୍ଲିକ, ବାପୁନ୍ ସୁଆର,ନାରଦ ମଲିକ, ରଞ୍ଜନ ସାହୁ, ଜୀତେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ l