April 25, 2026

ବ୍ରିଜ୍ କାମ ଶୀଘ୍ର ସାରିବା ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

IMG-20230807-WA0015
Share

ବ୍ରିଜ୍ କାମ ଶୀଘ୍ର ସାରିବା ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ବୁଗୁଡ଼ା : ତା ୦୭/୦୮/୨୩ : ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ କଦମ୍ବମଠ ଛକରୁ ଦଦରାଖୋଲ ଗ୍ରାମକୁ ଯିବା ରାସ୍ତାରେ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିର୍ମାଣ ହେଉଥିବା ବ୍ରିଜ୍ କାମ ସମ୍ପୂର୍ଣ୍ଣ ହେବାର ନାଁ ନେଉନି । ବ୍ରିଜର ଉଭୟ ପଟ ରାସ୍ତା କାମ ଅଧାପନ୍ତରିଆ ରହି ତାହା ମରଣଯନ୍ତା ପାଲଟିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଛି । ଏ ନେଇ ଦଦରାଖୋଲ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ହେଁ ପ୍ରଶାସନିକ ଉଦାସୀନତା ଯୋଗୁଁ କୋଣସି ପ୍ରତିକାର ବ୍ଯବସ୍ଥା ହେଉନଥିବା ବେଳେ ଆଜି ସକାଳେ ଗ୍ରାମର ଶତାଧିକ ଲୋକ ବୁଗୁଡ଼ା-ନୟାଗଡ ରାଜରାସ୍ତାର କଦମ୍ବମଠ ଛକଠାରେ ରାସ୍ତାରୋକ କରି ପ୍ରତିବାଦ କରିଥିଲେ । ଗ୍ରାମବାସୀଙ୍କ ପ୍ରତିବାଦ ସହ ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ଵରେ ଯାନବାହାନ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଏବଂ ତହସିଲଦାର ତାପସ ରାଉତ ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦକାରୀଙ୍କୁ ବୁଝାଶୁଝା କରିବା ସହ ସାତ ଦିନ ମଧ୍ୟରେ ଅସମ୍ପୂର୍ଣ୍ଣ ଥିବା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ଗ୍ରାମବାସୀ ହଟିଥିଲେ ଏବଂ ଯାନବାହାନ ଚଳାଚଳ ସ୍ବଭାବିକ ହୋଇଥିଲା । ଯଦି ପ୍ରତିଶ୍ରୁତି ମୁତାବକ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହୁଏ ତେବେ ସେମାନେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି ।