April 26, 2026

ପୁରାତନ ଅଧ୍ୟକ୍ଷଙ୍କୁ ବିଦାୟ ଏବଂ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

IMG-20250531-WA0040
Share

 

 

 

ବେଲଗୁଣ୍ଠା,୩୧/୦୫, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପୁରାତନ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହିତ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି I ଆଜି ଅନୁଷ୍ଠାନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଅବସର ଗ୍ରହଣ କରିଥିବାବେଳେ ତାଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ଶ୍ରୀ ସାମଲ୍ ଙ୍କ ଅବସର ଗ୍ରହଣ ପରେ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଗିରିଧର ନାୟକ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ ସଂବର୍ଦ୍ଧନା ପ୍ରଦାନ କରାଯାଇଥିଲା I ସେହିପରି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ସୁଦର୍ଶନ ମହାପାତ୍ରଙ୍କୁ ମଧ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି ଅବସରପ୍ରାପ୍ତ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ଅବସରକାଳୀନ ସୁସ୍ଥ ଜୀବନଯାପନ କାମନା କରିଥିବା ବେଳେ ଅନୁଷ୍ଠାନର ପ୍ରଗତି ପାଇଁ ନୂତନ ଅଧ୍ୟକ୍ଷଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ମତ ପ୍ରକାଶ କରିଥିଲେ I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ