ସାନଖେମୁଣ୍ଡି ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା…
ସାନଖେମୁଣ୍ଡି ୧୮।୦୯ (ବିଜୟ କୁମାର ପ୍ରଧାନ ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତୁମୀ ସ୍ଥିତ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସାନଖେମୁଣ୍ଡି ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ବ୍ଲକର ସମସ୍ତ ବିଦ୍ୟାଳୟ ର ପ୍ରାୟ ୬୦୦ ଜଣ ଛାତ୍ରଛାତ୍ରୀ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେଇ ୮ ପ୍ରକାର ବିଭିନ୍ନ ଖେଳରେ ତଥା ଖୋଖୋ ,କବାଡି ଓ ଯୋଗ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ କ୍ରୀଡ଼ା ଦ୍ଵାରା ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ସହିତ ଶୃଙ୍ଖଳା, ନେତୃତ୍ଵ ଓ ପ୍ରତିଯୋଗିତାମୂଳକ ମନୋଭାବ ବିକଶିତ ହୋଇଥାଏ ବୋଲି ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷା ରିଙ୍କି ନାୟକ, ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ସମିତି ସଭ୍ୟ ଜନାର୍ଦ୍ଦନ ପଲାଇ,ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ୱାଇଁ,ଇଂଜିନିୟର ସିମାଞ୍ଚଳ ରେଡ୍ଡୀ,ପ୍ରମୁଖ ମଞ୍ଚାସୀନ ଥିଲେ।ଦୁଇଦିନ ଧରି ଚାଲିଥିବା ଉକ୍ତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ରିତାଞ୍ଜଳି ରଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁକଦେବ ମଲ୍ଲିକ ଓ କାମେଶ୍ୱର ମଲ୍ଲିକ ତଥା ସମସ୍ତ ସି.ଆର.ସି.ସି ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ହୋଇ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ। ବିଜେତା ଛାତ୍ର ଛାତ୍ରୀ ମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାଶରଥି ପ୍ରଧାନ ଙ୍କ ନେତୃତ୍ବରେ ତଥା ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ ଆୟୋଜନ କରାଯାଇଥିଲା। କ୍ରୀଡା ସମ୍ପାଦକ ସମ୍ଭୁପାଣୀ ପ୍ରଧାନ ଙ୍କ ନେତୃତ୍ୱରେ ସମସ୍ତ କ୍ରୀଡା ଶିକ୍ଷକଙ୍କ ସହଯୋଗରେ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରି ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ କରାଇ ଥିବା ଦେଖିବାକୁ ମିଳିଛି।
