ଉମରକୋଟ ଠାରେ ସେବା ପକ୍ଷରେ ଆଶିର୍ବାଦର ଦୀପ ପ୍ରଜ୍ବଳନ……..
ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଆଶିର୍ବାଦର ଦୀପ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଆଶିର୍ବାଦ ର ଦୀପ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ଏବଂ ସାର୍ବଜନୀ ଜୀବନରେ ତାଙ୍କର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଭାଜପା ଦ୍ବାରା ଆରମ୍ଭ କରାଯାଇଥିବା ଏକ ବିଷେଶ କାର୍ଯ୍ୟକ୍ରମ ଏହିଦିନ ସନ୍ଧ୍ୟା ୬:୦୦ ଟାରୁ ୭:୦୦ ମଧ୍ୟରେ ପ୍ରତ୍ୟକଙ୍କ ଘରେ ଗୋଟିଏ ଦୀପ ଜାଳିବାକୁ ନିବେଦନ କରାଯାଇ ଅଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତମ ସ୍ବାସ୍ଥ୍ୟ, ଦିର୍ଘାୟୁ ଏବଂ ରାଷ୍ଟ୍ର ସେବା ପାଇଁ କାମନା କରିବା ତଥା ୨୫ ବର୍ଷର ସେବା ସୁଶାସନ ଏବଂ ସମର୍ପଣ ଯାତ୍ରାକୁ ସମ୍ମାନ ଦେବା। ଏହି ଅଭିଯାନର ମୁଖ୍ୟ ଉଦ୍ଧେସ୍ୟ ଜିସନେ “ଜୀବନ ସୁଧାରା ଉସେ ଆଶିର୍ବାଦ ହମାରା “ଏହି ପରିପ୍ରେଖିରେ ଓଡିଶା ସରକାରଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାର ଚାରୋଟି ବିଧାନସଭା କ୍ଷେତ୍ରରେ ବିଭିନ୍ନ ଶୈବପୀଠ, ଦେବୀପିଠ, ସ୍ମୃତିସ୍ତମ୍ଭ ଓ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ବିଭିନ୍ନ ନେତୃବୃନ୍ଦଙ୍କୁ ଏହି ଆଶିର୍ବାଦ ଦୀପ ଜାଳିବାର ନିର୍ଦେଶ ସହ ସୁଯୋଗ ଦିଆଯାଇ ଅଛି ଏଥିମଧ୍ୟରୁ ଉମରକୋଟ ଠାରେ ଉମରକଟ ର ଗ୍ରାମ୍ୟଦେବୀ ତଥା ଏ ଅଂଚଳର ପ୍ରକ୍ଷାତ ଦେବୀପିଠ ମାଁ ପେଣ୍ଡ୍ରାଣୀଙ୍କ ମନ୍ଦିରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ଆଶିର୍ବାଦ ର ଦୀପ ଜାଳିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀଙ୍କ ସହ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ କୁମାର ଆଚାର୍ଯ୍ୟ,ନଗର ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ମିଲୁ ପଣ୍ଡା, ହରପ୍ରସାଦ ପାଣିଗ୍ରାହୀ, ମାନସିକ ଦାସ, ବାଦଲ ପଟନାୟକ, ରାହୁଲ ଅଗ୍ରବାଲ, ଗୋପିନାଥ ସାହୁ,ଆସିସ୍ ରାଓ, ସାନ ଭାଇ, ସନ୍ତୋଷ ନାୟକ, ଶିବଶଙ୍କର ପତି,ସିମାଞ୍ଚଳ ବିଶୟି, ରମେଶ ଦାସ, ସନତ ଠାକୁର, କୁରମା ରାଓ ପ୍ରମୁଖ ଉପସ୍ଥିତ ଥିବା ସହ ଜିଲ୍ଲା ଓ ମଣ୍ଡଳ ମହିଳା ମୋର୍ଚ୍ଚା କାର୍ଯ୍ୟକ୍ରମ ନିର୍ବାହନ କରିଥିଲେ।
