May 13, 2026

ସ୍ଵେଚ୍ଛାସେବୀ ସରୋଜ ପଣ୍ଡା ଙ୍କ ସାମ୍ୱାଦିକ ସମ୍ମିଳନୀ

IMG-20260507-WA0007
Share

 

ଚିକିଟି ସୁଭଶ୍ରୀ ପ୍ରଧାନ,୦୭/୦୫/୨୬

ଚିକିଟୀ ଅଞ୍ଚଳରେ ଚାଲିଥିବା ଅନ୍ୟାୟ ଏବଂ ପ୍ରଶାସନିକ ଅବହେଳା ବିରୋଧରେ ସ୍ଵେଚ୍ଛାସେବୀ ସରୋଜ ପଣ୍ଡା ଜୟନ୍ତିପୁର ଠାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ବିଗତ କିଛି ବର୍ଷ ଧରି ଜଣେ ସମାଜସେବୀ ଭାବେ ଦୁର୍ନୀତି ବିରୋଧରେ ଲଢ଼େଇ କରିଆସୁଥିବା ସରୋଜ କୁମାର ପଣ୍ଡା ଏବଂ ତାଙ୍କ ସହଯୋଗୀ ମାନଙ୍କୁ ଆଜି ସଂଘବଦ୍ଧ ଭାବେ ଟାର୍ଗେଟ କରାଯାଉଥିବା ପ୍ରକାଶ କରିଛନ୍ତି।ଦୁର୍ନୀତି ବିରୋଧରେ ସ୍ୱର ଉଠାଉଥିବା ସମାଜସେବୀ ଏବଂ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡାଙ୍କ ବିରୋଧରେ ମିଥ୍ୟା ଓ ମନଗଢ଼ା କ୍ରିମିନାଲ କେସ ରୁଜୁ କରାଯାଉଥିବା ଏବଂ ପରମେଶ୍ୱର ଯାଦବଙ୍କ ଭଳି ଯୁବକ ଯିଏ ନିମ୍ନମାନର ରାସ୍ତା କାମକୁ ବିରୋଧ କରିଥିଲେ, ତାଙ୍କ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ଆଟ୍ରୋସିଟି ମାମଲା ରୁଜୁ କରାଯାଇଛି। ସେହିପରି ମନରେଗା ଦୁର୍ନୀତି ପଦାକୁ ଆଣିଥିବା ସୁରେଶ ରେଡିଙ୍କୁ ମଧ୍ୟ ହଇରାଣ କରାଯାଉଛି।

ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡାଙ୍କ ଉପରେ ପୂର୍ବରୁ ହତ୍ୟା ଉଦ୍ୟମ କରାଯାଇଥିବା ବେଳେ ଏବେ ପୁଣି ତାଙ୍କୁ ମିଥ୍ୟା ମାମଲାରେ ଫସାଯାଉଛି।

ଖୋଦ ପୋଲିସ ଆଇଆଇସି ସମ୍ମୁଖରେ ଥିବା ବେଳେ ମଧ୍ୟ ଫୋନ ଯୋଗେ ମାରିଦେବାକୁ ଧମକ ମିଳୁଛି, ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଆମର ଏହି ଗୁରୁତର ସମସ୍ୟାକୁ ଉପଲବ୍ଧି କରି ମାନ୍ୟବର ସାଂସଦ ଡକ୍ଟର ସସ୍ମିତ ପାତ୍ର ସହିତ ଯୋଗାଯୋଗ କରିବାରୁ ପାତ୍ର ମହୋଦୟ ବ୍ରହ୍ମପୁର ଏସପିଙ୍କୁ ଲିଖିତ ପତ୍ର ମାଧ୍ୟମରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଜଣାଇଛନ୍ତି। ସେ ଏହି ଘଟଣାର ନିରପେକ୍ଷ ତଦନ୍ତ ଏବଂ ଆମର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ଏହି ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ଅବଗତ କରିଛୁ।ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ ଆଇ ଟି ଦ୍ୱାରା ଏହି ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯାଉ। ଆମେ ନିଜ ନିର୍ଦ୍ଦୋଷତା ପ୍ରମାଣ କରିବା ପାଇଁ ସ୍ୱେଚ୍ଛାକୃତ ଭାବେ ‘ପଲିଗ୍ରାଫ୍ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ।ଯଦି ଆଗାମୀ ୩୦ ଦିନ ମଧ୍ୟରେ ଆମକୁ ନ୍ୟାୟ ନମିଳେ, ତେବେ ଆମେ ସମସ୍ତ ସହଯୋଗୀ କଟକ ସ୍ଥିତ ଡିଜିପି ଅଫିସ୍ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବୁ । ଆମକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମର ଏହି ସଂଗ୍ରାମ ଜାରି ରହିବ ବୋଲି ସମାଜସେବୀ ସରୋଜ ପଣ୍ଡା ପ୍ରକାଶ କରିଥିବା । ଆଜିର ସାମ୍ୱାଦିକ ସମ୍ମିଳନୀ ସମୟରେ ସରୋଜ କୁମାର ପଣ୍ଡା, ପରମେଶ୍ୱର ଯାଦବ,ସନ୍ତୋଷ କୁମାର ପଣ୍ଡା

ସୁରେଶ ରେଡି , ଚନ୍ଦ୍ରଶେଖର ପ୍ରଧାନ ଓ ନାଗମା ରାଓ ପ୍ରମୁଖ ଉପସ୍ଥିତ ଥିଲେ।