May 19, 2024
Share

➡️୧- ତାତିରୁ ମିଳିବ ତ୍ରାହି ! ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ସମ୍ଭାବନା ।

➡️୨- ଟିକେଟ ପାଇବା ପରେ ବି ଆଶ୍ୱସ୍ତ ନୁହଁନ୍ତି ବିରୋଧ ହେଉଥିବା ସ୍ଥାନର ବିଜେପି ପ୍ରାର୍ଥୀ? ବିରୋଧ ହେଉଥିବା ସ୍ଥାନରେ କାହାର ବଦଳିବ, କାହାକୁ ମିଳିବ, ଆଶଙ୍କାରେ ନେତା ?

➡️୩- ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା, ସୋନପୁର ବିନିକା କଲେଜ ଛକରେ ଯାଂଚ ବେଳେଆନ୍ଧ୍ର ନମ୍ବର ଥିବା କାରରୁ ମିଳିଲା ୫୫ ଲକ୍ଷ ଟଙ୍କା।

➡️୪- ଧିରେ ଧିରେ ଜମିଆସୁଛିି ମାହୋଲ: ଏପଟେ ବିରୋଧ, ସେପଟେ ରାଜଧାନୀରେ ମାରାଥନ ପ୍ରଚାରରେ ଅପରାଜିତା

➡️୫-ସରିଲା ପ୍ରତିଦ୍ୱନ୍ଦିତା, ଏବେ ବନ୍ଧୁତା, ନବୀନ ନିବାସରେ କୋଳାକୋଳି ହେଲେ ପ୍ରକାଶ ବେହେରା, ପ୍ରଶାନ୍ତ ବେହେରା ।

➡️୬- ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଲୋକେ, ମାଇଲ ମାଇଲ ବାଟ ଯାଉଛନ୍ତି ରାୟଗଡା ଅର୍ପଣା ଗାଁର ଛୋଟରୁ ବଡ । ଗୋଟିଏ ନାଳରେ ମଣିଷ ଯେଉଁଠି, ମଇଁଷି ସେଇଠି ।

➡️୭- ଖୋର୍ଦ୍ଧାର ଦକ୍ଷିଣ ବେଗୁନିଆ ଅଂଚଳରେ ନଦୀ କେନାଲରେ ନାହିଁ ପାଣି, ନଷ୍ଟ ହେଉଛି ଏକର୍ ଏକର୍ ଫସଲ ।

➡️୮- ଛିଡୁନି ସମ୍ବଲପୁର, ଭୁୁବନେଶ୍ୱର-ମଧ୍ୟ ଏବଂ କେନ୍ଦ୍ରାପଡ଼ାର ଆସନ ଅଙ୍କ । କାହାକୁ ପ୍ରାର୍ଥୀ କରିବ ବିଜେଡି?

➡️୯- ଓଡ଼ିଶା ଲୋକଙ୍କୁ ନିଜ ରାଜ୍ୟରେ ମିଶାଇବାକୁ ଛତିଶଗଡ ସରକାରଙ୍କ ଷଡଯନ୍ତ୍ର, ବିଭିନ୍ନ ଯୋଜନାର ଲୋଭ ଦେଖାଇ କରୁଛନ୍ତି ଅକ୍ତିଆର ।

➡️୧୦- ପବିତ୍ର ଘାଟରେ ମହାବାରୁଣି ବୁଡ: ଚୈତ୍ର ମାସରେ ବିଭିନ୍ନ ସ୍ଥାନରେ ବୁଡ ପକାଇଲେ ଶ୍ରଦ୍ଧାଳୁ।

➡️୧୧- ରାଜ୍ୟର ୪ ସହରରେ ତାତି ଛୁଇଁଲା ୪୩ ଡିଗ୍ରୀ । ଅନୁଗୁଳରେ ତାତି ଛୁଇଁଲା ୪୩.୫ ଡିଗ୍ରୀ ।

➡️୧୨- କୁନିଝିଅ ସହ ଆତ୍ମହତ୍ୟା କରିବାକୁ ଖରସ୍ରୋତା ନଇକୁ ଡେଇଁପଡିଲା ମା’, ଜୀବନକୁ ବାଜି ଲଗାଇ ଗଭୀର ନଦୀରୁ ଉଦ୍ଧାର କରିଥିବା ଯୁବକଙ୍କୁ ସମ୍ମାନିତ କଲା ଗୁରୁ ବ୍ରଦର୍ସ ।

➡️୧୩- ଏପ୍ରିଲ ୮ରେ ପୂର୍ଣ୍ଣ ସୂର୍ଯ୍ୟପରାଗ, ଭାରତୀୟ ସମୟ ରାତି ୯ଟା ୧୨ ମିନିଟରୁ ଭୋର ୨ଟା ୨୨ ମିନିଟରେ ଶେଷ ହେବ ।

➡️୧୪- ବିଜେପି ଛାଡିଲେ ରଘୁନାଥ ମହାନ୍ତି: ଦଳରେ ଅଣଦେଖା ନେଇ ଆଣିଲେ ଅଭିଯୋଗ, କହିଲେ ବିଜେପିର ବିଚାରାଧାରା ସହ ମିଶିଲାନି ମନ ।

➡️୧୫- ତାତି ଭିତରେ ପାରାଦୀପ ରାଜନୀତି ଉଷ୍ମ : ମିଶ୍ରଣ ପର୍ବକୁ ନେଇ ମୁହାଁମୁହିଁ ହେଲେ ବିଜେପି-ବିଜେଡି ।

➡️୧୬- ଘରୋଇ କ୍ଲିନିକରେ ସରକାରୀ ଡାକ୍ତରଙ୍କ ରୋଗୀ ଦେଖା ମାମଲା: ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଓଡ଼ିଶା ଉଚ୍ଚ ନିୟାଳୟଙ୍କ ନିର୍ଦ୍ଦେଶ ।

➡️୧୭- ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀଠାରେ ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍, ଆହତ ହେଲେ ପ୍ରାୟ ୨୦ ଜଣ ଯାତ୍ରୀ, ଆସିଲା ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଭଳି ସଂଗୀନ ଆରୋପ୍।

➡️୧୮- ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦, ୨୨ କ୍ୟାରେଟ ସୁନା ଦର ୬୫ ହଜାର ୩୫୦ ଟଙ୍କା ।

➡️୧୯- ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା, ଯାଜପୁରର ଜଣେ ସହକାରୀ ଶିକ୍ଷକ ଜଗନ୍ନାଥ କରକୁ ଗିରଫ କଲାସାଇବର ଥାନା ପୋଲିସ, ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ସେ ନିଜ ୟୁଟ୍ୟୁବରେ କରିଥିଲେ ଭାଇରାଲ ।

➡️୨୦- ବିଜେପି ପାଳିଲା ୪୪ତମ ପ୍ରତିଷ୍ଠା ଦିବସ, ୧୯୮୦ ମସିହା ଆଜିର ଦିନରେ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ହୋଇଥିଲା ଗଠନ।