April 30, 2026

ସୁରେଶ ବେହେରା ଙ୍କ କଂଗ୍ରେସ ରୁ ଇସ୍ତଫା……

ghno
Share

 

 

ଉମରକୋଟ – ନବରଙ୍ଗପୁର ଜିଲ୍ଲାର କଂଗ୍ରେସ ଉପ ସଭାପତି ତଥା ଉମରକୋଟ ସହର ର ଜଣା ଶୁଣ। ଚେହେରା, ତଥା ଜଣେ ଟାଣୁଆ ବ୍ୟକ୍ତିତ୍ଵ ସୁରେଶ ବେହେରା ଆଜି ଜାତୀୟ କଂଗ୍ରେସ ର ପ୍ର।ଥମିକତା ସଦସ୍ୟ ପଦ ରୁ ଆଜି ଇସ୍ତଫା ଦେଇଛନ୍ତି। ଶ୍ରୀ ବେହେରା ତାଙ୍କ ଇସ୍ତଫା ପତ୍ର ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝିଙ୍କ ନିକଟ କୁ ପ୍ରେରଣ କରିଛନ୍ତି।୧୯୯୨ ରୁ ସକ୍ରିୟ ଭାବେ ରାଜନୀତି କରୁଥିବ ସୁରେଶ ବେହେରା ଦଳରେ ବିଭିନ୍ନ ପଦବୀ ରେ ରହିବା ସହ ବର୍ତ୍ତମାନ ସେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଉପ ସଭାପତି ଭାବରେ ଥିଲେ। ବର୍ତ୍ତମାନ ସେ ଅନ୍ୟ କୌଣସି ଦଳ ରେ ଯୋଗ ଦେଉ ନାହାନ୍ତି ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ସୁରେଶ ବେହେରା।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed