April 30, 2026

ଝରୀଗାଁ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ରେସ ରେ ଗୋପାଳ ସର୍ବାଗ୍ରେ………

njp
Share

 

 

ଉମେରକୋଟ : ଚଳିତ ସାଧାରଣ ନିର୍ବାଚନ ର ବିଗୁଲ ବାଜିବା ପର ଠାରୁ ସବୁ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିଥିଲେ ସୁଦ୍ଧା ଝରୀଗାଁ ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ଘୋଷଣା ନ ହେବା କର୍ମୀ ଙ୍କୁ ଦ୍ୱନ୍ଦ୍ୱ ରେ ପକାଇଛି ଏକାଧିକ ଆଶାଇ ପ୍ରାର୍ଥୀ ମୈଦାନ ରେ ଥିବାରୁ ରାଜ୍ୟ ସଂଗଠନ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କୁ ଅଧରରେ ଲଟକାଇ ରଖିଛନ୍ତି! ଦୁଇ ଦୁଇ ଜନ ଆଶାଇ ପ୍ରାର୍ଥୀ ଥିବାରୁ ଦଳ ପକ୍ଷ ରୁ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ ଦେଖାଯାଇଛି! ନରସିଂ ଭତରା ଓ ଗୋପାଳ ପୂଜାରୀ ଦୁଇ ଜଣ ବିଧାୟକ ପ୍ରାର୍ଥୀ ଆଶାଇ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ବିଜେପି ସଂଗଠନ ପାଇଁ ନିଜର ସର୍ବଶ୍ୟ ନେଛ୍ୟାବର କରିଥିବା ଗୋପାଳ ପୂଜାରୀ ଦଳ ର ତୃଣମୂଳ ସଂଗଠନ କୁ ମଜବୁତ କରିବା ତଥା ବିଭିନ୍ନ ପଦ ପଦବୀ ରେ ଆସୀନ ହୋଇ ନିଜର ସେବା ଦେଇଥିଲେ ଦୁଇ ଦୁଇ ଥର ସମିତି ସଭ୍ୟ ଓ ଥରେ ବ୍ଲକ chairman ହୋଇ ନିଜର ଉତ୍କୃଷ୍ଟ ସେବା ପ୍ରଦାନ କରିଥିଲେ, ବର୍ତମାନ ଲାମ୍ପସ ସଭାପତି ପଦ ରେ ଆସୀନ ହୋଇ ଅଞ୍ଚଳ ରେ ନିଜର ସେବା ପ୍ରଦାନ କରୁଛନ୍ତି ଜଣେ ଆଦିବାସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ବଗା ପୂଜାରୀ ଙ୍କ ଅଣ ନାତି ଓ ମହିମା ସମାଜ ର ଆଗ ଧାଡି ର ନେତା ହିସାବରେ ଅଂଚଳରେ ବେଶ ଖ୍ୟାତି ଅର୍ଜନ କରିବା ସହ ଅଂଚଳ ରେ ତାଙ୍କର ପ୍ରବଳ ଜନାଧାର ରହିଥିବା କଥା ତାଙ୍କ ସମର୍ଥକ ମାନେ ପ୍ରକାଶ କରିଛନ୍ତି! ଅପାରପକ୍ଷେ ନରସିଂ ଭତରା ନାମକ ଜଣେ ଗଂଜେଇ ମାଫିଆ ଯାହାଙ୍କ ନାମ ରେ ସ୍ଥାନୀୟ ଅଂଚଳ ତଥା ରାଜ୍ୟ ର ବିଭିନ୍ନ ଥାନାରେ ବହୁ ମାମଲା ରହିଛି ସେ ନିଜର କିଛି ଭଡାଟିଆ ସମର୍ଥକ ଙ୍କୁ ନେଇ ପଇସା ର ଜୋର ରେ ନିଜ କୁ ପ୍ରାର୍ଥୀ ର ଦବେଦାରୀ କରୁଥିବା ଅଂଚଳ ରେ ଆଦିବାସୀ ସମ୍ପ୍ରଦାୟ ର ଜନତା ଗ୍ରହଣ କରି ପାରୁ ନାହାନ୍ତି ଜେଲ ଦଣ୍ଡ ଭୋଗ କରି ଆସିଥିବା ନରସିଂ ଭତରା କୁ ସମାଜ ରୁ ବାସନ୍ଦ ମଧ୍ୟ୍ୟ କରାଯାଇଛି ଏପରି ସ୍ଥଳେ ନରସିଂ ଙ୍କ ପ୍ରାର୍ଥୀ ଦବେଦାରୀ କେତେ ଦୂର ଠିକ ବୋଲି ଆଦିବାସୀ ସମାଜ ରାଜ୍ୟ ସ୍ତରୀୟ ନେତାଙ୍କୁ ପ୍ରଶ୍ନ କରିଛନ୍ତି ୨୦୨୨ ପଂଚାୟତ ନିର୍ବାଚନ ରେ ଜିଲ୍ଲା ପରିଷଦ ପାଇଁ ଶୋଚନୀୟ ଭାବେ ପରାଜୟ ହୋଇଥିବା ନରସିଂ ଭତରା ଙ୍କୁ କୋଉ ହିସାବ ରେ ଦଳ ତାଙ୍କୁ ରଖିଛନ୍ତି ହାତ ଗଣତି ସମର୍ଥକ କେବଳ ପଇସା ଲୋଭ ରେ ତାଙ୍କ ପଛରେ ଥିବା ଅଂଚଳ ତଥା ସମାଜ ପାଇଁ ବହୁ ହାନିକାରକ ଯାହା ଉପରିସ୍ଥ ନେତା ମାନେ ଧ୍ୟାନ ଦେବା ସହ କଡା କାର୍ଯାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି ଏବଂ ଗୋପାଳ ପୂଜାରୀ ଙ୍କୁ ପ୍ରାର୍ଥୀ କଲେ ଅଂଚଳ ର ୭୦ ପ୍ରତିଶତ ଆଦିବାସୀ ଙ୍କ ପାଖରେ ଭଲ ମେସେଜ ଯିବା ସହ ବିଜେଡି ଅଧୀନ ରେ ଥିବା ଝରୀଗାଁ ନିର୍ବାଚନ ମଣ୍ଡଳୀ ରେ ପଦ୍ମ ଖେଳିବ ବୋଲି ମତ ଦେଇଛନ୍ତି(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed