October 8, 2026

ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଏକଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20261006-WA0135
Share

ବରଗଡ,

ଅତାବିରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତାବିରା ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆତବିରା ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତାବିରା ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏ.ବି.ଇ.ଓ. କାର୍ତ୍ତିକ ବାଗ ଏବଂ ଅତାବିରା, ବୁଗବୁଗା, ସିଂହପାଲି,ଲହଣ୍ଡା ଏବଂ ପିଠାପୋଟଳ କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସି.ଆର୍. ସି.ସି. ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏ.ବି.ଇ.ଓ. କାର୍ତ୍ତିକ ବାଗ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଏବଂ ବିଦ୍ୟାଳୟ ତ୍ୟାଗୀ ପିଲାଙ୍କୁ ନାମଲେଖା,ସି.ଆର୍.ସି.ସି. ନନ୍ଦିଘୋଷ ଭୁଏ ନିପୁଣ ଓଡିଶା ଏବଂ ବି.ଇ.ଓ. ମିଶ୍ରାଣୀ କୁମ୍ଭାର ଅନୁଦାନ ବିନିଯୋଗ,କାର୍ଯ୍ୟାଳୟ କାଗଜପତ୍ର ଫାଇଲିଙ୍ଗ,ବିଦ୍ୟାଳୟ ବିକାଶ ଯୋଜନା, ଏକାଡେମୀ ଉପରେ ସବିଶେଷ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଲୁଣ୍ଡା ର ପ୍ରଧାନ ଶିକ୍ଷକ ନୃପ ଭୋଇ । ସହଯୋଗ କରିଥିଲେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପଧାନି ।