October 8, 2026

ଉମରକୋଟ ଠାରେ ସେବା ଜ୍ୟୋତି ଯାତ୍ରା ଓ ସଂକଳ୍ପ ସଭା ଅନୁଷ୍ଠିତ……….

IMG-20261007-WA0107
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ତା୦୭:୧୦:୨୦୨୬ ବୁଧବାର ଦିନ ଉମରକଟ ଠାରେ ଏକ ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ପଦଯାତ୍ରା ପଳନ ହେବା ସହ ବିକଶିତ ଭାରତର ସଂକଳ୍ପ ସଭା କରାଯାଇଥିଲା। ଏହି ସଭାଯାତ୍ରା ଏକ ବିଶାଳ ରାଲି ମାଧ୍ୟମରେ ଉମରକଟ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ବାହାରି ସହରର ମୁଖ୍ୟରାସ୍ତା ଦେଇ DNK ପରେଡ ଗ୍ରାଉଣ୍ଡ ଠାରେ ଯାଇ ପହଞ୍ଚିଥିଲା ଏହି ସମାବେଶରେ ୧୦ ଟି ବ୍ଲକରୁ ମଟରସାଇକେଲ ସଭାଯାତ୍ରା ମାଧ୍ୟମରେ ପ୍ରତିନିଧିମାନେ ଆସି ପହଞ୍ଚିଥିଲେ ଏହି ଯାତ୍ରାରେ ବିଭିନ୍ନ ସେବା ସଂସ୍ଥା ଅନୁଷ୍ଠାନରୁ ପ୍ରାୟ ୧୨୦୦୦ ରୁ ଉର୍ଦ୍ଧ ଲୋକ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀକ ଜୀବନ ସୁଶାସନ ଓ ଜନସେବର ୨୫ ବର୍ଷ ପୁର୍ତ୍ତି ହେବା ଉପଲକ୍ଷେ ଭାରତୀୟ ଜନତା ପାର୍ଟି ୭ ଅକ୍ଟୋବର ୨୦୨୬ ଦେଶର ବିଭିନ୍ନ ରାଜ୍ୟ ଓ ଜିଲ୍ଲା ମାନଙ୍କରେ ସେବା ଜ୍ୟୋତି ଯାତ୍ରା ପାଳନ କରାଯାଇଛି ଏହି ଅୟଜନ ସେବା ସଙ୍କଳ୍ପ ଅଭିଯାନର ପ୍ରମୁଖ ହିସା ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷ ସେବା ସୁଶାସନ,ଜନକଲ୍ୟାଣ ଏବଂ ରାଷ୍ଟ୍ରର କାର୍ଯ୍ୟ ପ୍ରତ୍ୟେକ ଜନସାଧାରଣଙ୍କ ନିକଟକୁ ପହଞ୍ଚାଇବା ତଥା ବିକଶିତ ଭାରତ ୨୦୪୭ କୁ ସଂକଳ୍ପରେ ସମାଜ ସହିତ ଯୋଡିବା। ଏହି ଯାତ୍ରା କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ମସାଲ ଯାତ୍ରା ବାହାର କରାଯାଇଥିଲା ସମୁହ ବନ୍ଦେମାତରମ ଗାନସହ ପ୍ରଧାମନ୍ତ୍ରୀ ମୋଦିଙ୍କ ଆଭାସି ଭାଷଣ ସିଧାପ୍ରସାରଣ ଦେଖାଯାଇଥିଲା ଏବଂ ରାଷ୍ଟ୍ର ନିର୍ମାଣ ର ସଂକଳ୍ପ ନିଆଯାଇଥିଲା ଓ ବିଭିନ୍ନ ବ୍ଲକ ରୁ ଆସିଥିବା କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝି, ଝରିଗାଁ ବିଧାୟକ ନରସିଂଗ ଭତରା,ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାଶ,ପୂର୍ବତନ ସାଂସଦ ପର୍ଶୁରାମ ମାଝି,ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣିମା ନାୟକଙ୍କ ସହ ଜିଲ୍ଲା ଓ ବିଧାନସଭା କ୍ଷେତ୍ରର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।