October 9, 2026

ଅସ୍ତରଙ୍ଗ ବଜ଼ାର ରୁ ବେଆଇନ ଜବର ଦଖାଲ ଉଛେଦ

IMG-20261007-WA0097
Share

 

ଅସ୍ତରଙ୍ଗ ୭/୧୦, ଅସ୍ତରଙ୍ଗ ବଜାର ରେ ଦୀର୍ଘ ବର୍ଷ ଧରି ସରକାରୀ ଜାଗାରେ ଦୋକାନ ବଜାର କରିବା ସହ ରାସ୍ତା ଅବରୋଧ କରି ରଖିଥିବା, ଅସ୍ତରଙ୍ଗ ରାଜସ୍ବ ମୋୖଜା ର ଥିବା ସ୍ଥାନ ଗୁଡିକ ରୁ ବୁଧବାର ଦିନ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ଙ୍କ ନେତୃତ୍ୱରେ ଉଛେଦ ପ୍ରକ୍ରିୟା କରାଯାଇ ଅଛି l ପୂର୍ବରୁ କ ଖ ଓ ଗ ବିଭାଗ ଭାବରେ ନୋଟିସ ଦେଇସାରିବା ପରେ ଏହି ଉଛେଦ ପ୍ରକ୍ରିୟା ଅସ୍ତରଙ୍ଗ ବ୍ଲକ ଠାରୁ ଆରମ୍ଭ କରାଯାଇ କାଳିଆ ବିଶ୍ୱାଳ ଶଙ୍ଖ ପର୍ଯ୍ୟନ୍ତ ଚାଲିଥିଲା l ନୂଆଗଡ ମାଛ ଧରା ବନ୍ଦର,ପର୍ଯ୍ୟଟନ କ୍ଷେତ୍ର ପିର ଯାହାନିଆଁ କୁ ଜାନ ବାହାନ ଯିବା ଆସିବାର ସୁବିଧା, ସହ ଉପକୂଳ ରାଜପଥ ନିର୍ମାଣସହ ,ପାଦ ଚଲା ପଥ କୁ ସୁଗମ କରିବା ଆଦି,ଏହି ପୂର୍ତ୍ତ ବିଭାଗ ର ମୁଖ୍ୟ ରାସ୍ତା ସମ୍ପସାରଣ ର ପ୍ରମୁଖ ଭୂମିକା ଗ୍ରହଣ ଗ୍ରହଣ କରୁଛି ବୋଲି ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି କହିଛନ୍ତି l ଏହି ଉଛେଦ ରେ ବହୁ ଛୋଟ ବଡ଼ ବ୍ୟବସାୟୀ ଦୀର୍ଘ ବର୍ଷ ଧରି ତାଙ୍କର ବ୍ୟବସାୟ କରି ଆସୁଥିବା ବେଳେ, ତାଙ୍କର ଜୀବନ ଜୀବିକା ଖ୍ୟତିଗ୍ରସ୍ତ ହୋଇ ପଡି ଥିବାରୁ, ସେମାନଙ୍କ ପରିବାର କିପରି ଚଳିବେ ସେମାନେ, ଚିନ୍ତା ପ୍ରକଟ କରିଛନ୍ତି l ହେଲେ ରାସ୍ତା ସାମ୍ପ୍ରଶାରଣ,ଜାନ ବାହାନ ଚଳାଚଳରେ ସୁବିଧା ସହ ଯାତାୟାତ କୁ ସୁଗମ କରିବା ଆଦି ବହୁ ଉର୍ନ୍ନତି ମୂଳକ କାର୍ଯ୍ୟକ୍ରମ କୁ ଆଖି ଆଗରେ ରଖୀ ଜବର ଦଖଲ ଉଛେଦ ଜରୁରୀ ହୋଇ ପଡ଼ିଥିବା ବେଳେ, ଜବରଦଖଲ କାର୍ଯ୍ୟକ୍ରମ ରେ ପୂର୍ତ୍ତ ବିଭାଗ, ରାଜସ୍ବ ବିଭାଗ, ସହ, ବରିଷ୍ଠ ପୋଲିସ ଅଧିକାରୀ ଏହି ଉଛେଦ ପ୍ରକ୍ରିୟା ରେ ସାମିଲ ସହ,ଅସ୍ତରଙ୍ଗ ଥାନା ଅଧିକାରିଣୀ ବିଦିତା ନାୟକ ଙ୍କ ନେତୃତ୍ୱ ରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଓ ଦୁଇ ଗୋଟି ଜେସିବି, ଟ୍ରାକ୍ଟର ଆଦି ସାମିଲ ଥିବାର ଦିଖିବାକୁ ମିଳିଥିଲା l