October 8, 2026

ବରପାଲି ମହାବିଦ୍ୟାଳୟରେ ସ୍ଵଚ୍ଛତା ହିଁ ସେବା ସଂକଳ୍ପ ପାଠ କାର୍ଯ୍ୟକ୍ରମ 

IMG-20261008-WA0139
Share

 

 

ବରପାଲି : (ସୁଦାମ ଦୀପ ) ବରଗଡ଼ ଜିଲ୍ଲାର ବରପାଲି ସ୍ଥିତ ମହାବିଦ୍ୟାଳୟଠାରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ‘ସ୍ଵଚ୍ଛତା ହିଁ ସେବା’ ସଂକଳ୍ପ ପାଠ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟନ୍ତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ IQAC ସଂଯୋଜକ ଅଧ୍ୟାପକ ଧୀରଜ କୁମାର ତ୍ରିପାଠୀ, ଛାତ୍ରୀ ସୁରକ୍ଷା ସେଲ୍‌ର ସଂଯୋଜିକା ଅଧ୍ୟାପିକା ମନୀଷା ଦାସ ଓ ରଞ୍ଜିତା ମେହେର ଉପସ୍ଥିତ ରହି ସ୍ଵଚ୍ଛତା ଅଭିଯାନକୁ ସକ୍ରିୟ ଭାବେ ଆଗେଇ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି ସଂକଳ୍ପ ପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ଶପଥ ନେଇଥିଲେ। ଅଧ୍ୟାପକ ଡକ୍ଟର ଭଗବାନ ମହାନନ୍ଦ, ଅଧ୍ୟାପିକା ରଞ୍ଜିତା ଭୋଇଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି ସଂକଳ୍ପ ପାଠ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ନତାଶା ସିକନ୍ଦର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।