ଚକୁଳିଫାର୍ମରେ ଚକୁଳି ପଂଚାୟତ ସମ୍ବଲେଶ୍ବରୀ କୃଷକ ସଂଗଠନର ନୂଆଁଖାଇ ଭେଟଘାଟ
ବରଗଡ ,
ବୁଧବାର ଦିନ ଅତାବିରା ବ୍ଲକ ଅଧିନ ଚକୁଳିଫାର୍ମ ପରିସରରେ ଚକୁଳି ଗ୍ରାମ ପଂଚାୟତ ମାଁ ସମଲେଶ୍ବରୀ କୃଷକ ସଂଗଠନ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚକୁଳି ଗ୍ରାମ ପଂଚାୟତର ସରପଂଚ ତ୍ରିନାଥ ପ୍ରଧାନ,ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ନିଶାମଣି ମିରିଗ,ମାର୍ଫେଡର ପୂର୍ବତନ ଅଧ୍ଧକ୍ଷ ବିଭୁଦତ୍ତ ପ୍ରଧାନ,ଗ୍ରାମ୍ୟ କୃଷି କର୍ମଚାରୀ ସୌମ୍ୟନ୍ଦ୍ର ଦୀପ,ବରିଷ୍ଠ ସାମ୍ବାଦିକ କୀର୍ତ୍ତନ ବିଶ୍ବାଲ,ସାମାଜିକ କର୍ମୀ ସୁରେନ୍ଦ୍ର କଠାର,ଶ୍ରୀକାନ୍ତ ସିଂଦେଓ,ପ୍ରଶାନ୍ତ ମିଶ୍ର,କୃପା ରାଓ ,କୃଷକ ସଂଗଠନର ସଭାପତି ମନୋରଂଜନ କୁମାର,ସାମ୍ବାଦିକ ନବୀନ ଦାଶ,ସାମ୍ବାଦିକ ମହନ ସାହୁ, ପ୍ରମୁଖ ମଂଚାସୀନ ଥିଲେ |ସର୍ବପ୍ରଥମେ ଇଷ୍ଟଦେବୀ ମାଁ ସମଲେଇକୁଂ ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା |ମଂଚରେ ଅତିଥିମାନେ ନୂଆଁଖାଇ ର ମହତ୍ବ ଓ ଚାଷୀର ଏକତା ବିଷୟରେ ଆଲୋଚନା କରିବା ସହ ବର୍ତ୍ତମାନ ଚାଷୀକଂ ବିଭିନ୍ନ ସମସ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା |ନୂଆଁଖାଇ କେବଳ ପର୍ବ ନୁହେଁ ,ଏହା ଚାଷୀର ସ୍ବାଭିମାନ |ନୂଆଁ ଧାନକୁ ପ୍ରଥମେ ମାଁ ସମଲେଇକୁଂ ଲାଗି କରି ଆମେ ଏକାଠି ହେବା ଏହା ହିଁ ପଶ୍ଚିମ ଓଡିଶାର ପରମ୍ପରା ବୋଲି ବରିଷ୍ଠ ସାମ୍ବାଦିକ କୀର୍ତ୍ତନ ବିଶ୍ବାଲ ନିଜ ମତ ପ୍ରକାଶ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ଚକୁଳି ପଂଚାୟତର ଶତାଧିକ ଚାଷୀ ସାମିଲି ଥିଲେ |ସଂଗଠନର ସଭାପତି ମନୋରଂଜନ କୁମ୍ଭାର କଂ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶେଷରେ ପ୍ରଶାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |
