ସ୍କୁଲହତାରେ ପଶି ସପ୍ତମଶ୍ରେଣୀ ଛାତ୍ର କୁ ମାଡମାରିବା ମହଙ୍ଗା ପଡିଲା, : ଜେଲଗଲେ ଦୁର୍ଦ୍ଦାନ୍ତ ମହିଳା ଅନୁୱାରୀ ବେଗମ
ତିର୍ତ୍ତୋଲ ତା 7/10/2026 ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ ଅବଦୁଲ ରହିମ ସରକାରୀ ଉଚ୍ଚବିଦ୍ୟାଳୟ ହତାଭିତରେ ପଶି, ସେଠାରେ ସପ୍ତମଶ୍ରେଣୀ ରେ ପାଠପଢ଼ୁଥିବା ତେରବର୍ଷ ବୟସର ନାଁବାଳକ ଛାତ୍ର ଶେଖ ନୟାଜ ଅତର୍କିତ ଆକ୍ରମଣ କରି ମାଡ଼ମାରିଥିବା ଦୁର୍ଦ୍ଦାନ୍ତ ମହିଳା ଅନୱାରୀ ବେଗମ କିଛିଦିନ ପୋଲିସ ଆଖିରେ ଧୂଳିଦେଇ ଆତ୍ମଗୋପନ କରିଥିବାବେଳେ, ତିର୍ତ୍ତୋଲ ପୋଲିସ ଚତୁରତାସହ ତାଙ୍କୁ ବାଲିକୁଦାଅଞ୍ଚଳରୁ ଗିରଫ କରି, କୋର୍ଟ ଚାଲାଣ କରିଥିଲେ l କିଛିଦିନ ଜେଲରେ ରହିବାପରେ ଉକ୍ତ ମହିଳା, ମାନ୍ୟବର ଜିଲ୍ଲା ଓ ଦୌରା ଜଜ ନିକଟରେ କେଶ ନମ୍ବର 258/26 ରେ ବେଲ ଦରଖାସ୍ତ କରିଥିଲେ l ମାତ୍ର ଗତ ବୁଧବାରଦିନ, ଉଭୟପକ୍ଷର ଯୁକ୍ତି ଶୁଣିଲା ପରେ ମାନ୍ୟବର ବିଚାରପତି ପ୍ରଦ୍ୟୁମ୍ନ କୁମାର ନାୟକ ଉକ୍ତଜାମିନ ଆବେଦନ କୁ ଖାରଜ କରିଦେଇଛନ୍ତି l ବେଲ ନାମଞ୍ଜୁର ହେବାରୁ ଏହି ମହିଳା ଅନୱାରୀ ବେଗମ ଙ୍କୁ ଜେଲକୁ ପଠାଇଦିଆଯାଇଛି l ତେବେ ଏହି ଖବର ପ୍ରଚାରିତ ହେବାପରେ, ନାଁବାଳକ ଛାତ୍ରକୁ ସ୍କୁଲ ହତାଭିତରେ ପଶିମାଡ଼ ମାରିବା ଅନୱାରୀ ବେଗମ ଙ୍କ ପାଇଁ ମହଙ୍ଗାପଡିଲା ବୋଲି ସ୍ଥାନୀୟଅଞ୍ଚଳରେ ଚର୍ଚ୍ଚାହେଉଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
