October 6, 2026

ଗଜପତି:-ଅକ୍ଟୋବର୮ ଓଡିଶା ବନ୍ଦ ଡାକରା ପାଇଁ ଇଣ୍ଡି ମେଣ୍ଟ ବୈଠକ 

IMG-20261006-WA0134
Share

 

ଅଖିଳ ଭାରତୀୟ ଓଡ଼ିଶା କଂଗ୍ରେସ ଦାୟିତ୍ୱରେ ଥିବା ଜେଠି ତ୍କୁସୁମ କୁମାରଙ୍କ ଯୋଗ ଦାନ ।

—————————————-

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା ଇଣ୍ଡି ମେଣ୍ଟ ।ପିସିସି ସଭାପଡି ଭକ୍ତ ଚରଣ ଦାସ ଏହି ନିଷ୍ପଭି ସମ୍ପର୍କରେ ଘୋଷଣା କରିଛନ୍ତି । ଏମ:ଏମ:ଡି:ଆର ସଂଶୋଧନ ଅଧୁନିୟମକୁ ବିରୋଧ କରି ଡାକରା ଦିଆଯାଇଛି ।

ରାଜ୍ୟର ଖଣିଜ ସମ୍ପଦ ଲୁଟ୍ ଓ ସଂଘୀୟ ବ୍ୟବସ୍ଥା କ୍ଷୁଣ୍ଣ ଅଭିଯୋଗ।ଓଡ଼ିଶାର ଳଳ, ଜଙ୍ଗଲ ଓ କମି ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ବିରୋଧୀ। କେନ୍ଦ୍ର ସରକାରଙ୍କ ଏକତରଫା ଶାସନ ଓ ଶୋଷଣ ବିରୋଧରେ ଏହି ଆନ୍ଦୋଳନ । ବନ୍ଦକୁ ସଫଳ କରିବା ପାଇଁ ସାଧାରଣ ଲୋକଙ୍କୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି । ।

ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ବିରୋଧ କାର୍ଯ୍ୟକ୍ରମ ଜୋରଦାର କରାଯିବାର ଆଦେଶ ଅନୁଯାୟୀ ଆଜି ସକାଳ ୧୦ଘଣ୍ଟା ସମୟରେ ବିରୋଧ ଦଳର ସର୍ବଦଳୀୟ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା , ଏଥିରେ ତ୍ରିପତି ଗମାଙ୍ଗ, ସିପିଆଇ ଜିଲ୍ଲା ସଭାପତି, ଶ୍ରୀନିବାସ ବେହେରା ସିପିଏମ ମୁରଲି କ୍ରିଷ୍ଣା, ଫାରୱଆଡ ବ୍ଲକ ସଭାପତି, କେ: ବାଲକ୍ରିଷ୍ଣା, ଆମ୍ବେଦକର ସଭାପତି, ଏମ୍ ବାଙ୍ଗାରି, ସିପିଏମ, ବସନ୍ତ କୁମାର ପଣ୍ଡା ନଗର ସଭାପତି, ସୂର୍ଯ୍ୟ ନାରାୟଣ ପାତ୍ର, ରଞ୍ଜିତା ପାଣିଗ୍ରାହୀ, ଜସ୍ମିନ ସେକ୍ ପାପା ରାଓ , ଜନାର୍ଦ୍ଦନ ରାଓ, ସଂଜୟ ଅଧିକାରୀ, ଏ,ଶ୍ରୀନିବାସ ରାଓ, ଅଭିମନ୍ୟୁ ପଣ୍ଡା, ବାବୁଲି ସାହୁ ସନ୍ତୋଷ ପଣ୍ଡା, ଲକୀ ପାତ୍ର, ଲୋକେଶ ବରାଡ ପ୍ରମୁଖ ଙ୍କ ଉପସ୍ଥିତି ରେ ସକାଳ ବୈଠକ ଜିଲ୍ଲା ସଭାପତି ଶଙ୍କର ପ୍ରଧାନଙ୍କ ନେତୃତ୍ୱ ଅନୁଷ୍ଠିତ ହୋଇଥିଲା।

ଅପରାହ୍ନ ଚାରିଟା ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଓଡ଼ିଶା କଂଗ୍ରେସ ଦାୟିତ୍ୱରେ ଥିବା ଜେଠି ତ୍କୁସୁମ କୁମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପର୍ୟ୍ୟବେକ୍ଷକ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କ ଉପସ୍ଥିତି ରେ ସାତ ଗୋଟି ବ୍ଲକ ଏବଂ କାଶୀନଗର ଏନ୍ ଏ ସି , ପାରଳାଖେମୁଣ୍ଡି ପୈରାଞ୍ଚଳ ରେ ଅକ୍ଟୋବର ୮ଓଡିଶା ବନ୍ଦ ସଫଳାୟନ ସକାଶେ ଗୁରୁ ମନ୍ର‌‌‌ ଦେଇଥିଲେ। ଅପରାହ୍ନ କାର୍ଯ୍ୟକ୍ରମରେ ଜିଲ୍ଲା ସମସ୍ତ ବ୍ଲକ ନେତା କର୍ମ ଉପସ୍ଥିତ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–