October 6, 2026

କୁମକାରେ ୧୦୮ ଚାରାରୋପଣ, ଆଦର୍ଶ ଗ୍ରାମ ଗଠନ ପାଇଁ ରୋଟାରୀର ପ୍ରତିବଦ୍ଧତା

IMG-20261006-WA0131
Share

 

 

ସମ୍ବଲପୁର,୦୬. ୧୦:ସମାଜରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଓ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ରୋଟାରୀ କ୍ଲବ୍ ଅଫ୍ ସମ୍ବଲପୁର ଗ୍ରେଟର ପକ୍ଷରୁ ଜୁଜୁମୁରା ବ୍ଲକ୍ ଅନ୍ତର୍ଗତ ଦତ୍ତକ ଗ୍ରାମ କୁମକାରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ମୋଟ ୧୦୮ଟି ଚାରା ରୋପଣ କରାଯାଇଥିଲା। ଏଥିମଧ୍ୟରୁ ଅର୍ଦ୍ଧାଧିକ ଚାରା ଫଳଦାୟୀ ବୃକ୍ଷର ଥିଲା। ପରିବେଶର ସୁରକ୍ଷା, ଗ୍ରାମର ସବୁଜିମା ବୃଦ୍ଧି ଏବଂ ଭବିଷ୍ୟତରେ ଗ୍ରାମବାସୀଙ୍କୁ ଫଳଦାୟୀ ବୃକ୍ଷରୁ ଲାଭ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ଗ୍ରାମବାସୀ ଉତ୍ସାହର ସହ ଯୋଗଦେଇଥିଲେ। ବିଶେଷକରି କୁମକା ଗ୍ରାମର ମହିଳାମାନଙ୍କର ବହୁ ସଂଖ୍ୟାରେ ଉପସ୍ଥିତି ଓ ସକ୍ରିୟ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରେରଣାଦାୟୀ କରିଥିଲା।

 

ବୃକ୍ଷରୋପଣ ପରେ ରୋଟାରୀ ସଦସ୍ୟମାନେ ଗ୍ରାମବାସୀଙ୍କ ସହ ଏକ ଆଲୋଚନା ସଭା କରିଥିଲେ। ଏଥିରେ ଗ୍ରାମବାସୀମାନେ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା, ଆବଶ୍ୟକତା ଓ ବିକାଶମୂଳକ ପ୍ରସଙ୍ଗ ସମ୍ପର୍କରେ ଅବଗତ କରାଇଥିଲେ। ରୋଟାରୀ କ୍ଲବ୍ ପକ୍ଷରୁ ଗ୍ରାମବାସୀଙ୍କ ସହ ଦୀର୍ଘକାଳୀନ ସହଯୋଗ ଓ ନିରନ୍ତର ସମ୍ପର୍କ ରଖି ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଶ୍ୱାସନ ଦେଇଥିଲେ।କୁମକାକୁ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳିବା ରୋଟାରୀ କ୍ଲବ୍‌ର ଲକ୍ଷ୍ୟ ବୋଲି କ୍ଲବ୍ ପକ୍ଷରୁ କୁହାଯାଇଥିଲା। ପରିବେଶ ସୁରକ୍ଷା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ, ଜୀବିକା ଓ ସାମାଜିକ ବିକାଶ କ୍ଷେତ୍ରରେ ଆଗାମୀ ଦିନରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରାଯାଇଥିଲା।କୁମକା ଗ୍ରାମ ସମିତି ପକ୍ଷରୁ ସଭାପତି ଦିଲ୍ଲୀପ ମିର୍ଧା, ସମ୍ପାଦକ ପ୍ରମୋଦ ରଣା ଓ ସଂଯୋଜକ ଅଜୟ ବେହେରା ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାବେ ଯୋଗଦେଇଥିଲେ।ରୋଟାରୀ କ୍ଲବ୍ ଅଫ୍ ସମ୍ବଲପୁର ଗ୍ରେଟର ପକ୍ଷରୁ ସଭାପତି ଜିଜି ଜୋସେଫ, ସମ୍ପାଦକ ଲକ୍ଷ୍ମୀକାନ୍ତ ମହାପାତ୍ର, ସମୁଦାୟ ସେବା ସମିତି ଅଧ୍ୟକ୍ଷ ସନ୍ତୋଷ ରାଓ, ସହ-ଅଧ୍ୟକ୍ଷା ସୁଚିସ୍ମିତା ଷଡ଼ଙ୍ଗୀ , ପୂର୍ବତନ ସଭାପତି ପରୱେଜ ଅଲୀ ଖାନ, ପୂର୍ବତନ ସଭାପତି ଡା. ଦୀପକ ପାଣିଗ୍ରାହୀ, ପୂର୍ବତନ ସଭାପତି ରାଜୀବ ଜୈନ, ପୂର୍ବତନ ସଭାପତି ଆନନ୍ଦ ମିଶ୍ର, ପ୍ରତିଭା ବାରିକ, ଅମିତାଭ ପରିଡ଼ା, ଶୁଭ୍ରଜିତ ସିଂହ ଓ ବିକ୍ରମାଦିତ୍ୟ ସିଂହ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।