April 27, 2026

କାଶୀନଗରରୁ ମାନସ୍ବିନୀ ସାହୁଙ୍କୁ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା 

IMG-20240906-WA0031
Share

କାଶୀନଗର

ତା 6/9/24

 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ତିତ ଗଜପତି ଷ୍ଟାଡିୟମ ଠାରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ – ୨୦୨୪ ଆୟଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ଇଂ ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ ବିଜୟ କୁମାର ଦାସ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ,ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇଥିଲେ । ଏହି ଅବସରେ ୯୩୫ ଜଣ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କାଶୀନଗର ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ସବୁଠାରୁ ଅଧିକ ମାର୍କ ଆଣି ପ୍ରଥମ ଶ୍ରେଣୀ ଆଣିଥିବା ଛାତ୍ରୀ ମାନସ୍ବିନୀ ସାହୁଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା. ଏହି ସମ୍ମାନ ପାଇବା ପରେ ମନସ୍ବିନୀ ତାଙ୍କ ଶ୍ରେୟ ପିତା ମାତା, ଗୁରୁଜନ ଓ ବିଶେଷ କରି ତାଙ୍କ ପ୍ରଧାନ ଶିକ୍ଷକ ଭାଗିରଥି ବେହେରାଙ୍କୁ ପ୍ରଦାନ କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ