April 27, 2026

ଉମରକୋଟ ନିକଟସ୍ଥ ଝରିଗାଁ ବ୍ଲକ ରେ ଗାଁ ଅଛି ହେଲେ ନାହିଁ ପାଇଖାନା ଏବେ ଢାଳ ଧରି ଶୌଚ ପାଇଁ ଜଙ୍ଗଲକୁ ଯାଉଛନ୍ତି ଗାଁ ର ମା ଭଉଣୀ ଠାରୁ ବୃଦ୍ଧ ଓ ବୃଦ୍ଧା…….

IMG-20240906-WA0035
Share

 

ଉମରକୋଟ/ଝରୀଗାଁ :-(ଏମ୍.ଦିନା°ଶୁ ଆଚାରୀ)-ଦୁର୍ଗମ ରେ ଗାଁ ଅଛି ହେଲେ ଗାଁ ରେ ଗୋଟିଏ ଵି ନାହିଁ ଶୌଚାଳୟ ଏମିତି ଗାଁ କେବଳ ଗୋଟିଏ ନୁହଁ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚକଲାପଦର ଗ୍ରାମପଂଚାୟତ ର ଡକ୍ରିକୋଟ, ଗାଇବନ୍ଧା, କୁସୁମବାହାଲ, ସାଗଜବା ଏଭଳି ତିନି ଚାରିଖଣ୍ଡ ଗାଁ ଯେଉଁଠି ଲୋକଙ୍କ ଲାଗି ପାଇଖାନାଟିଏ ନଥିବାରୁ ଗାଁ ର ମା ଭଉଣୀ ଠାରୁ ବୃଦ୍ଧ ବୃଦ୍ଧା ସମସ୍ତେ ହାତରେ ଢାଳ ଧରି ଶୌଚ ଲାଗି ଜଙ୍ଗଲ ମଧ୍ୟକୁ ଯାଉଥିବା ଦେଖିବାକୁ ମିଳେ , ଏଠି ସବୁଠାରୁ ଅଧିକ ହନ୍ତସନ୍ତ ହୁଅନ୍ତି ରୋଗୀ ଏବଂ ଗର୍ଭବତୀ,ଏମାନଙ୍କୁ ଜଙ୍ଗଲ ମଧ୍ୟକୁ ନେଇ ଆଣିବା ଅତି କଷ୍ଟସାଧ୍ୟ ହେଉଥିବା କହିଛନ୍ତି ଗ୍ରାମବାସୀ। ଏ ହେଉଛି ଉପାନ୍ତ ଅଂଚଳରେ ଚାଲିଥିବା ବିକାଶ ର ଭଣ୍ଡା ମିଛ | ଏହି ଗାଁ ଓ ପଡ଼ା ମାନଙ୍କରେ ରେ ପାଖାପାଖି ୮୦ରୁ ଉର୍ଦ୍ଧ ଘର ସଂଖ୍ୟା ଥିବାବେଳେ ଜନସଂଖ୍ୟା ତିନିଶହ ରୁ ଉର୍ଦ୍ଧ ହେବ। ଏହି ଗାଁ ଗୁଡିକ ବ୍ଲକ ସଦର ଠାରୁ ପ୍ରାୟ ୩୫ କିମି ଦୂରରେ ରହିଛି ଏଗୁଡିକ ପରଷ୍ପର ମଧ୍ୟରେ ରହିଛି ଏକ କିଲୋମିଟର ବ୍ୟବଧାନରେ। ତେବେ ସ୍ୱଚ୍ଛ ଭାରତ ମିଶନ ନାମରେ କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହି ଗାଁ ଗୁଡିକୁ ଆଜିସୁଦ୍ଧା କାଣିଚାଏ ଵି ସ୍ୱଚ୍ଛତା ର ସୁବିଧା ଯୋଗେଇଦିଆଯାଇନାହିଁ, ଅପରପକ୍ଷେ କହିବାକୁ ଗଲେ ସରକାର ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ଶୌଚାଳୟ ନିର୍ମାଣ ପାଇଁ ଦେଇଥାନ୍ତି ଆର୍ଥିକ ସହାୟତା କିନ୍ତୁ ଏଠି କାଁ ଭାଁ ଯେଉଁ କେତେଟା ହିତାଧିକାରୀ ଙ୍କୁ ମିଳିଛି ହେଲେ ସେମାନଙ୍କ ଆବାସ ଜାଗାରେ ମଧ୍ୟ ପାଇଖାନା କରାଯାଇନଥିବା ଦେଖିବାକୁ ମିଳିଛି, ଏ ସମ୍ପର୍କରେ କୌଣସି ଅଧିକାରୀଙ୍କ ନିକଟରେ ଜବାବ ନଥିଲେ ମଧ୍ୟ ଝରୀଗାଁ ପାଇଖାନା ଦୁର୍ନୀତି ପରେ ଏହି ସବୁ ଆବାସ ଠାରେ ପାଇଖାନା ନିର୍ମାଣ ପାଇଁ କୌଣସି ଆର୍ଥିକ ସହଯୋଗ ମିଳିନଥିବା କହିଥିଲେ ଚକଲାପଦର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ସେପଟେ ଏସମ୍ପର୍କରେ ଝରୀଗାଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଯଥା ଶୀଘ୍ର ସେହି ଗ୍ରାମ ଗୁଡିକରେ ଲେଟିନ ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l