April 27, 2026

ତାଇକୋଣ୍ଡା ପ୍ରତିଯୋଗିତା, ଗଜପତି ର ଗୌରବ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ସୁବର୍ଣା ପାଇଲେ କାଂସ୍ୟ ପଦକ ..

IMG-20240906-WA0029
Share

ଉତ୍ତର ପ୍ରଦେଶ ଝାନ୍ସି ରେ ଗତ ମାସ ୨୭ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ଜାତୀୟ ସ୍ତରୀୟ ବାଳିକା ତାଇକୋଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ର ଗଜପତି ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରୀ ସୁବର୍ଣ୍ଣା ସାହୁ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ପାଇବାରେ ସଫଳ ହୋଇଛନ୍ତି। ତାଙ୍କ ପିତାଙ୍କ ନାମ ପ୍ରସନ୍ନ କୁମାର ସାହୁ ଓ ମାତାଙ୍କ ନାମ ହରପ୍ରିୟା ସାହୁ ଏବଂ ତାଙ୍କ ବଡ ବାପା ମୋହନା ର ବିଶିଷ୍ଟ ଶିଳ୍ପପତି ମନୋଜ କୁମାର ସାହୁ ଏବଂ ବଡ ମାଆ ବିଷ୍ଣୁପ୍ରିୟା ସାହୁ ଅଟନ୍ତି। ତାଙ୍କ ଏହି ସଫଳତାରେ ପରିବାର ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଥିବା ଜଣାପଡିଛି। ସେ ଗଜପତି କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ବେଳେ ସେ ଜିଲ୍ଲା ତାଏକ୍ୱେଣ୍ଡା ଏକାଡେମୀ ର ଜଣେ ସଫଳ ଛାତ୍ରୀ ଅଟନ୍ତି। ସର୍ବଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ଵାରା ଆୟୋଜିତ ବାଳିକା ବିଭାଗ ତାଏକ୍ୱେଣ୍ଡା ରେ ରାଜ୍ୟର ୧୭ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ସମଗ୍ର ଦେଶର ୨୬ ରାଜ୍ୟରୁ ସମୁଦାୟ ୬୦୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଗଜପତି ଜିଲ୍ଲା ତାଏକ୍ୱେଣ୍ଡା ଏକାଡେମୀ ତଥା କେନ୍ଦ୍ରୀୟ ବିଦ୍ୟାଳୟ ର ଦୁଇ ଜଣ ଛାତ୍ରୀ ସୁବର୍ଣା ସାହୁ ଏବଂ ପ୍ରିୟାଲି ରାଣୀ ଦାସ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ସୁବର୍ଣା ସାହୁ ତାଏକ୍ୱେଣ୍ଡା ରେ କାଂସ୍ୟ ପଦକ ହାସଲ କରି ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ପାରଳାଖେମୁଣ୍ଡି ରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା

ତାଏକ୍ୱେଣ୍ଡା ଏକାଡେମୀ ପକ୍ଷରୁ ସ୍ବାଗତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଙ୍କ ସମେତ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଶୁଭେଚ୍ଛା ଜଣାଇବା ସହ

ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଶେଷରେ କାଂସ୍ୟ ପଦକ ବିଜେତା ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସହର ପରିକ୍ରମା କରାଯାଇଥିଲା।