September 21, 2024

ଓଡ଼ିଶାର ବିକାଶ ପଥରେ ଟାଣ୍ଡିଗୁଡା ଗ୍ରାମ, ପରିଦର୍ଶନ କଲେ ବିଜେଡ଼ି ଗଜପତି ଜିଲ୍ଲା ସଭାପତି

Share

ଓଡ଼ିଶାର ବିକାଶ ପଥରେ ଟାଣ୍ଡିଗୁଡା ଗ୍ରାମ, ପରିଦର୍ଶନ କଲେ ବିଜେଡ଼ି ଗଜପତି ଜିଲ୍ଲା ସଭାପତି

ଆର.ଉଦୟଗିରି (ଆ.ପ୍ର)ଗଜପତି ଜିଲ୍ଲା ରା.ଊଦୟଗିରି ବ୍ଲକ ଅନ୍ତର୍ଗତ ବସ୍ତିରିଗୁଡ଼ା ଗ୍ରାମପଞ୍ଚାୟତର ଟାଣ୍ଡିଗୁଡା ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ପରିଦର୍ଶନ କରିଛନ୍ତି ।ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ , ରା.ଉଦୟଗିରି ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର,ବିଜେଡ଼ି ବ୍ଲକ୍ ସଭାପତି ଭିମ ପାଇକ, ଟାଣ୍ଡିଗୁଡା ।ଓଡ଼ିଆ ବାପଟିଷ୍ଟ୍ ମଣ୍ଡଳୀର ଚାଳକ ସବଲମ୍ ମାଳି, ସମ୍ପାଦକ ବିକ୍ରମ ଆନନ୍ଦ, କୋଷାଧ୍ୟକ୍ଷ ଯିବିତ କରାଡ଼ ଏବଂ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗ୍ରାମର ଭିତିଭୁମି, ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ବ୍ୟବସ୍ଥା ଉପରେ ଗ୍ରାମର ମୁଖ୍ୟବ୍ୟକ୍ତି ଏବଂ କର୍ମୀଙ୍କ ସହ ଆଲୋଚନା କରିଥିଲେ।ତତ୍ ସହିତ ଗ୍ରାମର ଯେଉଁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି ଜିଲ୍ଲା ସଭାପତି ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ରୁଷ୍ଟି ତଥା ଜିଲ୍ଲା ପ୍ରଶାସନ ନିକଟରେ ଅବଗତ କରାଇବା ସହ ସମସ୍ୟାର ସମାଧାନ କରିବା ପାଇଁ ଉକ୍ତ ଗ୍ରାମର ଜନସାଧାରଣ ଙ୍କୁ ଆଶ୍ୱାସନା ଦେଇଛନ୍ତି ।ଯାହା ଫଳରେ ଉକ୍ତ ଅଞ୍ଚଳରେ ଆଶା ଆନନ୍ଦର ଲହରୀ ଖେଳିଯାଇଛି ।