March 10, 2026

ଆଇନ ମନ୍ତ୍ରୀ ଙ୍କୁ ସରକାରୀ ଓକିଲ ଙ୍କ ସୌଜନ୍ୟ ମୂଳକ ସାକ୍ଷାତ ଉମରକୋଟ

IMG-20230806-WA0019
Share

ଆଇନ ମନ୍ତ୍ରୀ ଙ୍କୁ ସରକାରୀ ଓକିଲ ଙ୍କ ସୌଜନ୍ୟ ମୂଳକ ସାକ୍ଷାତ ଉମରକୋଟ

(ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

(06/08) ଆଜି ଓଡିଶା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ଉମରକୋଟ ଗସ୍ତ ସମୟ ରେ ଏଠାରେ ଥିବା ଓକିଲ ମାନେ ମନ୍ତ୍ରୀ ସାରକା ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ. ଏହି ସମୟ ରେ ଆଇନ ମନ୍ତ୍ରୀଙ୍କୁ ସରକାରୀ ଓକିଲ ଙ୍କ ମାସିକ ଭତା ବୃଦ୍ଧି କରିବା ପାଇଁ ଦାବୀ ଜଣାଇଥିଲେ. ଏ ବିଷୟ ରେ ସରକାର ନିଷ୍ପତି ନେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ. ସରକାରୀ ଓକିଲ ଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ ଆର୍ଥିକ ମଞ୍ଜୁରୀ ପାଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱୀକୃତି ପାଇଁ ପଠାଯାଇଛି. ଅତିଶୀଘ୍ର ଏହି ଦାବୀ ପୁରଣ ହେବାକୁ ଯାଉଛି ବୋଲି ମନ୍ତ୍ରୀ ସାରକା କହିଥିଲେ. ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ପ୍ରକାଶ ମାଝୀ, ଉଠା ଜଳସେଚନ ନିଗମ ର ଉପଦେଷ୍ଟା ପ୍ରମୋଦ ପାଢ଼ୀ,ସରକାରୀ ଓକିଲ ଝଡ଼େଶ୍ୱର ମହାନ୍ତି, ମନୋହର ମହାନ୍ତି, ପ୍ରଶାନ୍ତ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ.