ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ହେଲେ ରାଜେନ୍ଦ୍ର କୁମାର ସାହୁ
ଖୋର୍ଦ୍ଧା,(ପ୍ରିୟାଙ୍କା ମହାପାତ୍ର): ବିଜୁ ଜନତା ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲା ର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କୁ ଜିଲ୍ଲା ସଭାପତିଭାବେ ମନୋନୀତ କରାଯାଇଛି । ଶ୍ରୀ ସାହୁ ପୂର୍ବରୁ ଖୋର୍ଦ୍ଧାରେ ଦୁଇ ଥର ଏବଂ ବେଗୁନିଆ ରେ ଥରେ ମୋଟ ତିନିଥର ବିଜୁ ଜନତା ଦଳ ର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ସେହିପରି କାଉନ୍ସିଲର ରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ସାହୁ ଖୋର୍ଦ୍ଧା ପୌରପରିଷଦ ର ପୌରାଧ୍ୟକ୍ଷ, ଦୁଇଥର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରହିଥିଲେ । ଏପରିକି ବିଜେଡି ର ଅନେକ ସାଂଗଠନିକ ପଦ ପଦବୀ ରହି ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଯାହା ଫଳରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଜିଲ୍ଲା ସଭାପତି ଭଳି ପଦଭାର ଦେଇଛନ୍ତି । ଶ୍ରୀ ସାହୁ ଜିଲ୍ଲା ସଭାପତିଭାବେ ମନୋନୀତହୋଇଥିବାରୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିସହିତ ରାଜ୍ୟ ସଂଗଠନର ସମସ୍ତ ନେତୃମଣ୍ଡଳୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଏନେଇ ଶ୍ରୀ ସାହୁ କୁହନ୍ତି, ଦଳକୁ ତୃଣମୂଳସ୍ତରରୁ ମଜବୁତ କରିବାକୁ ସଂଗଠନ ସଦସ୍ୟଙ୍କ ସହ ଉଦ୍ୟମ କରିବୁ । ଆସନ୍ତା ପଂଚାୟତ ଏବଂ ପୌର ନିର୍ବାଚନ ରେ ବିଜେଡି ଜିଲ୍ଲାରେ କିପରି ଭଲ ପ୍ରଦର୍ଶନ କରିବ ସେ ନେଇ କାର୍ଯ୍ୟ କରିବୁ । ତେବେ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲ ରୁ ରାଜେନ୍ଦ୍ର ଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି ।
