ମହାଦେବଙ୍କ ଶୈବ ପ୍ରାସାଦ ଓ ସତ୍ୟସାଇ ମନ୍ଦିର ପ୍ରତିଷ୍ଠା ଉସ୍ତବ ଆରମ୍ଭ
ଚିକିଟି ସୁଭଶ୍ରୀ ପ୍ରଧାନ,
୦୫/୦୫/୨୬
ପାତ୍ରପୁର ବ୍ଲକ ଗୁଣ୍ଡୁରା ଗ୍ରାମରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ଶୈବ ପ୍ରାସାଦ ଓ ସତ୍ୟସାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉସ୍ତବ ସୋମବାର ଠାରୁ ଆରମ୍ଭ ହୋଇଛି l ଏହି ଉସ୍ତବ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଗ୍ରାମର ମହିଳାଙ୍କ ସମେତ ଆଖପାଖ ଗ୍ରାମର ମହିଳା ମାନେ ପଦ୍ମତୋଳା ନଦୀରୁ ଜଳ ସଂଗ୍ରହ କରି ଗ୍ରାମ ପରିକ୍ରମା ପରେ ନୂତନ ମନ୍ଦିରରେ ପହଂଚିଥିଲେ l ପରେ ମଣ୍ଡଳ, ଦୀକ୍ଷାଗ୍ରହଣ ଓ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିଲା l କର୍ତ୍ତା ଭାବେ ଗ୍ରାମର ଜଗବନ୍ଧୁ ମହାପାତ୍ର ଓ ତାଙ୍କ ସ୍ତ୍ରୀ ସରସ୍ବତୀ ମହାପାତ୍ର ଥିବା ବେଳେ ମୁଖ୍ୟ ପୁରୋହିତ ଅଶୋକ କୁମାର ପାଢ଼ୀଙ୍କ ସହ ୨୫ ଜଣ ପୁରୋହିତ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି l ଦୁଇଟି ମନ୍ଦିରର ପ୍ରତିଷ୍ଠା ପାଇଁ ଗ୍ରାମର ଏକ କମିଟି ତଦାରଖ କରୁଥିବା ବେଳେ ଗ୍ରାମର ଯୁବଗୋଷ୍ଟି ସହଯୋଗ କରୁଛନ୍ତି l ପ୍ରତିଦିନ ନାମଯଜ୍ଞ, ଅର୍ଣ୍ଣଯଜ୍ଞ ଓ ଘୃତଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଏହି ଉସ୍ତବ ଆସନ୍ତା ଶୁକ୍ରବାର ଦିନ ପୂର୍ଣ୍ଣାହୁତି ହେବାକୁ ନିଷ୍ପତି ହୋଇଛି l
