June 29, 2026

ପଚାଶଢ଼ାକାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି କନକପୁର ଶାସନ ଅଧିବାସୀ : ବ୍ଲକପ୍ରଶାସନ ର ଅଣଦେଖା

IMG-20260629-WA0060
Share

ତିର୍ତ୍ତୋଲ ତା 29/6/2026 ତିର୍ତ୍ତୋଲବ୍ଲକ, କନକପୁର ଶାସନ ଗ୍ରାମରେ ବାରିକସାହି ଛକ ପାଖରେ, ଦୀର୍ଘ ବର୍ଷବର୍ଷ ଧରି, ରାସ୍ତାଉପରେ ପାଣିଜମିରହିଥିବା ବେଳେ ପଚାଶଢ଼ା କାଦୁଅରାସ୍ତାରେ ଯାତାୟତ କରି ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ ଅତିଷ୍ଠ ହୋଇପଡିଲେଣି l ଏହି କାଦୁଅରାସ୍ତାରେ ଯିବାଆସିବା କଲାବେଳେ ଲୋକମାନଙ୍କ ଗୋଡ଼ ବାଲିଖାଇଯାଉଛି l ବିଶେଷକରି ଛୋଟଛୋଟ ପିଲାମାନେ ସ୍କୁଲକୁ ଯିବାବେଳେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅପରପକ୍ଷରେ ଏହି ରାସ୍ତାଦେଇ ଖୁଣ୍ଟିଆସାହି, ମହନପୁର, ଅରଡ଼ଙ୍ଗ, ଡିହସାହି ଓ ଗୋବିନ୍ଦପୁର ପଞ୍ଚାୟତ ର ଅଧିବାସୀ ମାନେ ସାରଳାମନ୍ଦିର କୁ ଯିବାବେଳେ, ଗାଡିଟିଏ ଚାଲିଗଲେ ପୋଷାକପତ୍ର ରେ କାଦୁଅଛିଟା ପଡିଯାଉଛି l କନକପୁର ଗ୍ରାମପଂଚାୟତ କାର୍ଯ୍ୟାଳୟ କୁ ଲାଗିରହିଥିବା ଏହି କନକପୁର ଶାସନ ଗ୍ରାମ୍ୟରାସ୍ତା ଟିର ପୁନଃନିର୍ମାଣ କରିବାପାଇଁ ଦୀର୍ଘଦିନଧରି ଦାବୀ ହୋଇଆସୁଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ପଞ୍ଚାୟତ ବା ତିର୍ତ୍ତୋଲବ୍ଲକ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟକ୍ରମ କରାଯାଇନଥିବାରୁ ସ୍ଥାନୀୟ ଅଧିବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ଯାନିଯାତ୍ର ଓ ପର୍ବପର୍ବାଣୀ ରେ ଏହି ରାସ୍ତାଦେଇ, ମା ସାରଳା ଙ୍କ ମନ୍ଦିରକୁ ଗଲାବେଳେ ଯାତ୍ରୀମାନେ ମଧ୍ୟ ବହୁ ହଇରାଣ ହରକତ ହେଉଛନ୍ତି l ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀମାନେ ଖାଲି ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ବସିରହୁଛନ୍ତି, ନା ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ଅଭାବଅସୁବିଧା ର ସମାଧାନ କରିବାପାଇଁ, ଅନୁଧ୍ୟାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର