ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ରେ ସାମିଲ ହେଲେ ବିଧାୟକ
ପାରଳାଖେମୁଣ୍ଡି -( କୃଷ୍ଣ କୁମାର ବେହେରା)- ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ସ୍ନାନନୀତି ସମ୍ପନ୍ନ ହୋଇଛି l ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୁଏ ଏବଂ ପ୍ରଭୁଙ୍କ ଅପାର କୃପା ମିଳିଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ତେଣୁ ଆଜି ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭକ୍ତିମୟ ପରିବେଶ ଦେଖାଦେଇଛି। ଏହି ଅବସର ରେ ଏକ ଅର୍ଣ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ,ଏହି ଭକ୍ତିମୟ କାର୍ଯ୍ୟକ୍ରମ ରେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇ ଜଗତ ର ନାଥ ଜଗନ୍ନାଥଙ୍କ ପ୍ରତେକ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ, ଶେଷ ରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ ।ଆସନ୍ତା ମାସରେ ହେବାକୁ ଥିବା ରଥଯାତ୍ରା ଏକ ଐତିହାସିକ ରଥଯାତ୍ରା ହେବାକୁ ଯାଉଛି, ଏହି ରଥଯାତ୍ରା ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ, ତେଣୁ ଶାନ୍ତି ଶୃଙ୍ଖଳା ଭାବେ କିଭଳି କେବ ସେନେଇ ପ୍ରଶାସନ ସହ ବିଧାୟକ ଆଲୋଚନା କରୁଛନ୍ତି
