May 19, 2024

୪୪ ତମ ପ୍ରତିଷ୍ଠା ଦିବସ ଅବସର ରେ ଛତ୍ରପୁର ଠାରେ ବିଜେପିର ଶକ୍ତି ପ୍ରଦର୍ଶନ, ଏକ ମନ ଏକ ଲକ୍ଷ୍ୟ ହୋଇ କାର୍ଯ୍ୟ କରିବା ନିମନ୍ତେ ଆହ୍ୱାନ

Share

ଛତ୍ରପୁର, ୬/୪ : ଛତ୍ରପୁର ଠାରେ ଭାରତୀୟ ଜନତା ପାର୍ଟି ୪୪ ତମ ପ୍ରତିଷ୍ଠା ଦିବସ ଅବସରରେ ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଓ ଛତ୍ରପୁର ବିଧାନସଭା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ଶହ ଶହ ବିଜେପି ନେତା ଓ କର୍ମୀଙ୍କ ଉପସ୍ଥିତିରେ ବିରୋଧୀ ଦଳକୁ କଡା ଟକ୍କର ଦେବା ଲାଗି ଚ୍ୟାଲେଞ୍ଜ୍ ଦେଇଛନ୍ତି । ଏହି ଅବସର ରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ବାଇକ୍‌ରେ ଚଳାଇ ଶହ ଶହ କର୍ମୀଙ୍କ ଗ୍ରହଣରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବିଶେଶ୍ୱର ମନ୍ଦିର ଠାରୁ ବାହାରି ଛତ୍ରପୁର ସହର ପରିକ୍ରମା କରି ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ଠାରେ ପହଂଚିଥିଲେ । ସେଠାରେ ବିଜେପି ଲିଗାଲ ସେଲ୍ ର ରାଜ୍ୟ ସହ- ସଂଯୋଜକ ପ୍ରଦୀପ କୁମାର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଡା.ପ୍ରଦୀପ ପାଣିଗ୍ରାହୀ ସମସ୍ତ ବୁଥ୍‌ର ପ୍ରମୁଖ ମାନଙ୍କୁ ବୁଥ୍ ସ୍ତରରେ ସଂଗଠନକୁ ମଜବୁତ୍ କରି ଏକ ମନ ହୋଇ ନିର୍ବାନ ଲଢ଼ିବା । ଯେପରି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବେ ଦୃଢ଼ ସଙ୍କଳ୍ପ ନେବାକୁ ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଛନ୍ତି । ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି, ଦେଶର ବିକାଶକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମୋଦୀଙ୍କ ହାତମୁଠାକୁ ଟାଣ କରିବାକୁ ହେଲେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ବହୁମତରେ ଭୋଟ ଦେଇ ବିଜୟୀ କରିବା ହେଉଛି ଆମର ଏକ ମାତ୍ର ଲକ୍ଷ୍ୟ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସିନେ ତାରାକା ତଥା ବିଜେପି ନେତା ଅରନ୍ଦିମ ରାୟ ଜୟଶୀରାମ ସ୍ଲୋଗାନ୍ ଦେଇ କର୍ମୀ ଓ ନେତାଙ୍କୁ ଉତ୍ସାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଡାକ୍ତର ସୁବାସ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ଉପସଭାନତ୍ରେୀ ରଶ୍ମିରାଣି ମହାପାତ୍ର, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା ଓ ପଦ୍ମ ଚରଣ ସାହୁ, ଏସସି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି କୀର୍ତ୍ତନ ଦାସ, ସମ୍ପାଦକ ଭୀମସେନ ବେହେରା, ନିର୍ବାଚନ ମଣ୍ଡଳୀର ସଂଯୋଜକ ବସନ୍ତ କୁମାର ବେହେରା, ପ୍ରଭାରୀ ପ୍ରଦୀପ ପାତ୍ରଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ରୁଇନା ପଟ୍ଟନାୟକ, ଡି. ସୁରେଶ ରେଡ୍ଡୀ, ଜି. ମୋହନ ରେଡ୍ଡୀ, ଚୈତନ୍ୟ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।(ଅରୁଣ କୁମାର ପଣ୍ଡା )