May 19, 2024

କାର ଧକ୍କାରେ ପାଟଭୁକ୍ତା ମୃତ

Share

ଛତ୍ରପୁର ,କାର ଧକ୍କାରେ ବରଦା ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି । ମୃତ ପାଟଭୁକ୍ତା ଜଣକ ଗଞ୍ଜାମ ବ୍ଲକ ବରଦା ଗ୍ରାମର କୃଷ୍ଣ ମହାପାତ୍ର ବୋଲି ଜଣାପଡିଛି । ପୁଲିସ ପକ୍ଷରୁ ସୂଚନାନୁସାରେ, ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକ ଜାତୀୟ ରାଜପଥ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଧକ୍କାରେ ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି । ଗତକାଲି ବରଦା ଦଣ୍ଡନାଚ ପାର୍ଟି ଖୋଡାସିଙ୍ଗି ଠାରେ ନାଚ ସାରି ସମସ୍ତ ଭୁକ୍ତାଙ୍କ ସହିତ ପାଟଭୁକ୍ତା ଛତ୍ରପୁର ଅଭିମୁଖେ ଚାଲି ଚାଲି ଆସୁଥିବା ବେଳେ ପାଟଭୁକ୍ତାଙ୍କୁ ଏକ କାର ଧକ୍କା ଦେଇଥିଲେ । ଫଳରେ ସେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ହାଇୱେ ପାଟ୍ରୋଲିଂ ପୁଲିସ୍ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ସେହିପରି ପୁଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିବା ସହ ୧୪୧/୨୪ ରେ ଏକ ମାମଲା ରୁଜୁ କରି କାରକୁ ଜବତ କରାଯାଇଛି ।(ଅରୁଣ କୁମାର ପଣ୍ଡା )